Friday , March 31 2023
Home / ବିଶେଷ / ସିରାଜଉଦ୍ଧିନ ଖାଁ ଙ୍କ ବିୟୋଗରେ ଶୋକସଭା,କ୍ୟାଣ୍ଡେଲରାଲି

ସିରାଜଉଦ୍ଧିନ ଖାଁ ଙ୍କ ବିୟୋଗରେ ଶୋକସଭା,କ୍ୟାଣ୍ଡେଲରାଲି

ଭୁବନ,୩୧/୦୫/୨୦୨୨( ଓଡ଼ିଶା ସମାଚାର )-୧୯୯୧  ମାଟ୍ରିକ ବ୍ୟାଚର ସାଥୀ ତଥା  ଯୁବ ସମାଜସେବୀ ସିରାଜଉଦ୍ଧିନ ଖାଁ (ଗରିବ) ଙ୍କର ଗତ ଶୁକ୍ରବାର ସକାଳେ କଟକ ବଡଡାକ୍ତରଖାନାରେ ଅକାଳ ବିୟୋଗ ହୋଇଥିଲାା ଏଥି ସକାଶେ୧୯୯୧ ମାଟ୍ରିକ ବ୍ୟାଚ ତରଫରୁ ଡାକବଙ୍ଗଳା ଠାରେ ସୁଶାନ୍ତ କୁମାର ପୋଥାଳ ଙ୍କ  ଆହ୍ୱାନ କ୍ରମେ ସ୍ୱର୍ଗତ ଗରିବ ଙ୍କ ଉଦ୍ଧେଶ୍ୟରେ ଆଜି ସଂନ୍ଧ୍ୟାରେଏକ ଶୋକସଭା ଓ କ୍ୟାଣ୍ଡେଲରାଲି ଅନୁଷ୍ଠିତ ହୋଇଯାଇଛି । ଦେବେନ୍ଦ୍ର ସାହୁ, ମନମୋହନ ସେନ, ହିତେନ୍ଦ୍ର ଗୁରୁ, ଦିଲ୍ଲୀପ ରାଉତ, ରଂଜନ ବେହେରା, ଦୁଷ୍ମନ୍ତ ଜେନା ,ଗୌତମ ପଟ୍ଟନାୟକ, ଅନୁପ ସାହୁ, ସମୀର ସାହୁ, ସନ୍ତୋଷ ସାହୁ, ପ୍ରମୋଦ ସାହୁ, ପବିତ୍ର ବେହେରା ପ୍ରମୁଖ ଡାକବଙ୍ଗଳା ଠାରୁ କ୍ୟାଣ୍ଡେଲ ରାଲିରେ ବାହାରି ‘ଗରିବଭାଇ ଅମର ରହେ’ ନାରାବାଜି କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିବା ପରେ ଶୋକସଭା ଆୟୋଜନ ହୋଇଥିଲା । ଗରିବଙ୍କ ଅକାଳ ବିୟୋଗ ୧୯୯୧ ବ୍ୟାଚ ପାଇଁ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.