ଭୁବନ,୩୧/୦୫/୨୦୨୨( ଓଡ଼ିଶା ସମାଚାର )-ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ସ୍ଥିତ ବାବା କାଶୀବିଶ୍ୱନାଥ ଙ୍କ ର ମାତା ପାର୍ବତୀ ଦେବୀ ଙ୍କ ସହିତ ବିବାହ ନିମନ୍ତେ ନିର୍ବନ୍ଧ ସଂପନ୍ନ ହୋଇଯାଇଛି । ଶୀତଳଷଷ୍ଠୀ ନିମନ୍ତେ କାଶୀବିଶ୍ୱନାଥ ମନ୍ଦିର,ଛତାମଠ ପରିସରରେ ଆସନ୍ତା ଶୁକ୍ରବାର ମଙ୍ଗଳପାକ ହେବ ଓ ଶନିବାର ଦିନ ବିବାହ ଅନୁଷ୍ଠିତ ହେବ । ଚଳିତ ପୂଜାରାଣୀ ସାହୁ ଓ ନିରଂଜନ ସାହୁ କନ୍ୟା ମାତାପିତା ସାଜିଥିଲାବେଳେ ସୋନାଲି ଦାସ ଓ ହୃଷିକେଶ ଦାସ ବର ମାତାପିତା ସାଜିଛନ୍ତି । କାଶୀବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ହରିହର ସାହୁଙ୍କ ସମେତ ସୁରେନ୍ଦ୍ର ପୋଥାଳ, ସଦାନନ୍ଦ ନାୟକ, ପର୍ଶୁରାମ ପୋଥାଳ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର