ଭୁବନେଶ୍ୱର,୩୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଜେଡି ପକ୍ଷରୁ ମନୋନୀତ ହୋଇଥିବା ୪ ଜଣ ରାଜ୍ୟସଭା ପ୍ରାର୍ଥୀ ମଙ୍ଗଳବାର ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଜେଡି ସାଂସଦ ପ୍ରାର୍ଥୀ ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ,ସୁଲତା ଦେଓ ଏବଂ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।
ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଲାଗି ଗତ ୨୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଇ ୩୧ ତାରିଖ ଏହାର ଶେଷ ତାରିଖ ରହିଛି। ସେହିପରି ଅନ୍ୟ ଗୋଟିଏ ଆସନ ପାଇଁ ହେବାକୁଥିବା ଉପନିର୍ବାଚନ ଲାଗି ଜୁନ୍ ୨ ତାରିଖ ନାମାଙ୍କନ ଶେଷ ତାରିଖ ରହିଛି। ତେବେ ବିଜେଡି ପକ୍ଷରୁ ଘୋଷିତ ୪ ଟି ଆସନ ପାଇଁ ୪ ଜଣ ପ୍ରାର୍ଥୀ ଏକ ସେଙ୍ଗ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ଉପରୋକ୍ତ ୪ ଆସନରେ ବିଜୟ ଲାଭ କରିବା ପାଇଁ ଆବଶ୍ୟକୀୟ ସଂଖ୍ୟା ଶାସକ ଦଳ ବିଜେଡି ପାଖରେ ଥିବାରୁ ନିର୍ବାଚନ ଅନୁଷ୍ଠିତ ହେବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି କୁହାଯାଉଛି। ଓଡ଼ିଶା ସମାଚାର