Friday , March 31 2023
Home / ବିଶେଷ / ମାହାଙ୍ଗା ରେ ଗରୀବ କଲ୍ୟାଣ ଯୋଜନା କାର୍ୟ୍ୟକ୍ରମ ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମାହାଙ୍ଗା ରେ ଗରୀବ କଲ୍ୟାଣ ଯୋଜନା କାର୍ୟ୍ୟକ୍ରମ ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମାହାଙ୍ଗା,୩୧/୦୫/୨୦୨୨(ଓଡିଶା ସମାଚାର / ଅଭୟ ଜେନା )- ମାହାଙ୍ଗା ବରାହୀପୁର ଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜାତୀୟ କୃଷି ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ବିନୋଦ କୁମାର, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶିକା ଡ଼କ୍ଟର ପଦ୍ମିନୀ ସ୍ୱାଇଁ ଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଲେଖାଶ୍ରୀ ସମନ୍ତସିଂହାର, ଭୃଗୁବକ୍ସି ପାତ୍ର, ପ୍ରକାଶ ବେହେରା, ଶାରଦା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ରାଜ୍ୟର ୬ ଜଣ ସଫଳ ଚାଷୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା। ଶେଷରେ ସିମିଳାରୁ ୧୦ କୋଟିରୁ ଉର୍ଦ୍ଧ ଲୋକଙ୍କୁ ୨ହଜାର ଟଙ୍କା ଲେଖାଏଁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ସ୍ୱିଚ ଚିପି ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପଠାଇବାର କାର୍ୟ୍ୟକ୍ରମ କରିବା ସହ ବିଭିନ୍ନ ରାଜ୍ୟର ହିତାଧିକରିଙ୍କ ସହ କଥା ହେଇଥିଲେ । ଓଡିଶା ସମାଚାର

Leave a Reply

Your email address will not be published.