ବାଲିଗୁଡା,୩୧/୦୫/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ମଣ୍ଡାକିଆ ପଂଚାୟତ ର ଗଡିଶିଲା ଘାଟି ରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ରକ (ଓଡି-୧୫-ଜେ-୬୫୫୭) ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସିମେଣ୍ଟ ଭର୍ତି ଟ୍ରକ୍ ଟି ବୌଦ୍ଧ ରୁ ରାଇକିଆ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିଲା । ଖବର ପାଇ ଘଟଣା ସ୍ଥଳରେ ରାଇକିଆ ଥାନା ଏସଆଇ ଅଶୋକ ତ୍ରିପାଠୀ ଓ ତାଙ୍କ ସହଯୋଗୀ ପହଞ୍ଚି ଡ଼୍ରାଇଭର କୁ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ଏବଂ ସମସ୍ତ ସିମେଣ୍ଟ ବସ୍ତା ଗୁଡ଼ିକ ର କୌଣସି କ୍ଷୟକ୍ଷତି ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ରଖିଥିବା ଦେଖିବାକୁ ମିଳିଥିଲା । ଓଡିଶା ସମାଚାର