ଗରଦପୁର,୩୧/୦୫/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବେଦ ପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦ ତରଫରୁ ଆଜି ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇ ଯାଇଛି । ପରିଷଦର ଅଧ୍ୟକ୍ଷା ମଧୁମତୀ ଅଗ୍ରୱାଲା ଆୟୋଜିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସଭାପତି ତଥା ବିଜୁ ଯୁବ ଜନତା ଦଳର ଜିଲା ସଭାପତି ରାଜେସ ଦାସ, ପରିଷଦର ଆବାହକ ପ୍ରହଲାଦ ସାହୁ, ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ, ଉପାଧ୍ୟକ୍ଷା ସୌଦାମିନୀ ଆଚାର୍ଯ୍ୟ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ସମିତି ସଭ୍ୟ ବ୍ରଜ କିଶୋର ସାହୁ, ପ୍ରଭାତ ରଂଜନ ସାହୁ, ଗରଦପୁର ପଂଚାୟତ ସରପଂଚ ପ୍ରତିନିଧି ରମାକାନ୍ତ ବେହେରା, ବଙ୍ଗାଳପୁର ସମିତି ସଭ୍ୟା ମହେଶ୍ୱତା ସାମଲ, ପଳସୁଧା ସମିତି ସଭ୍ୟା ନର୍ଗିସ ବିବି, ମନୋଜ କୁମାର ମଲିକ୍, ସରପଂଚ ଅଭୟ ମଲ, ସନ୍ତୋଷ କୁମାର ମାହାଳି, ପ୍ରଭାତ ନଳିନୀ ଜେନା, ରାଜେନ୍ଦ୍ର ମଲିକ୍, ଅନୁସୟା ବେହେରା ଙ୍କ ସମେତ ଦୁଃଖିଶ୍ୟାମ ସେନାପତି, ଅନୁଜ ମହାନ୍ତି, ଦିଲିପ ସେଠୀ, ପ୍ରକାଶ ଚନ୍ଦ୍ର ସାହୁ, ପ୍ରତାପ ସ୍ୱାଇଁ, ରଶ୍ମିରଂଜନ ପ୍ରଧାନ, ଉମେଶ ନାୟକ, ସାରଦା ପ୍ରସାଦ ସାମନ୍ତରାୟ, ଆଲୋକ ମାହାଳି, ଗୌରାଙ୍ଗ ପରିଡ଼ା, ରଥ ନାୟକ, ଅଧ୍ୟାପକ ରମାକାନ୍ତ ପାଣି, ବରିଷ୍ଠ ନାଗରିକ ଲିଙ୍ଗରାଜ ଶତପଥି, ରବିନ୍ଦ୍ର ନାଥ ବାରିକ ଓ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର