Wednesday , July 6 2022
Breaking News
Home / ନିର୍ବାଚନ / ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗ୍ରହଣ ଆରମ୍ଭ , ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଚାଲିଛି

ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗ୍ରହଣ ଆରମ୍ଭ , ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଚାଲିଛି

ଝାରସୁଗୁଡ଼ା,୩୧/୦୫/୨୦୨୨( ଓଡ଼ିଶା ସମାଚାର )- ଆଜି ବ୍ରଜରାଜନଗର ଉପନିର୍ବାଚନ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ । ୨୭୯ ଟି ବୁଥ ରେ ୨ଲକ୍ଷ ୧୪ହଜାର ୮୭୮ ଭୋଟର ଭୋଟ୍ ଦେବେ । ଏହି ଭୋଟରମାନଙ୍କ ମଧ୍ୟରୁ ୧,୧୦,୦୫୦ ଜଣ ପୁରୁଷ, ୧,୦୪,୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।୬୦ଟି ବୁଥ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉକ୍ତ ବୁଥ ଗୁଡ଼ିକ ସହିତ ମୋଟ ୧୪୫ଟି ବୁଥ୍ ରେ ୱେବ୍ କାଷ୍ଟିଂ କରାଯିବାର ବ୍ୟବସ୍ଥା ହୋଇଛି। ସେହିଭଳି ୫ଟି ପିଙ୍କ୍ ବୁଥ, ୩୦ଟି ଆଦର୍ଶ ବୁଥ କରାଯାଇଛି । ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଗ୍ରହଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଧିକାରୀଙ୍କ ସହିତ ୩ ଜଣ ପୁଲିଂ ଅଧିକାରୀ ହିସାବରେ ମୋଟ ୧,୧୧୬ ଜଣ ଅଫିସିଆଲ୍ ନିଯୁକ୍ତିକ୍ତି ହୋଇଛନ୍ତି। ୨୭୯ ଜଣ ପ୍ରିଜାଇଡିଂ ଅଧିକାରୀ ଓ ୮୩୭ ଜଣ ପୋଲିଂ ଅଧିକାରୀ ରହିଛନ୍ତି। ବୁଥ୍ ରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନ ଙ୍କୁ ମୁତୟନ କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଥ ଗୁଡ଼ିକରେ ପାନୀୟ ଜଳ ସହ ଓଆରଏସ୍ ପ୍ୟାକେଟ୍ ରଖିବାର ବ୍ୟବସ୍ଥା ହୋଇଛି । ଏଥି ସହ ପ୍ରତି ବୁଥରେ ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ମୋବାଇଲ ଫୋନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ଛତିଶଗଡ଼ ସୀମାକୁ ମଧ୍ୟ ସିଲ୍ କରାଯିବା ସହ ଝାରସୁଗୁଡ଼ାର ଜିଲ୍ଲାକୁ ସମସ୍ତ ପ୍ରବେଶ ପଥରେ ପୋଲିସର କଡ଼ା ପ୍ରହରା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସହ ପ୍ରାୟ ୧ ହଜାର ପୋଲିସ କର୍ମୀଚାରୀଙ୍କୁ ନିୟୋଜିତ କରାଯାଇଛି ।
ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ନିର୍ବାଚନ ମଇଦାନରେ ମୋଟ୍ ୧୧ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ମୁଖ୍ୟତଃ ବିଜେଡି -ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ବେଳେ ଭୋଟର କାହା ସପକ୍ଷରେ ମତ ଦେଉଛନ୍ତି ତା’ ଉପରେ ନଜର ରହିଛି । ଓଡ଼ିଶା ସମାଚାର

About admin

Check Also

ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ଉଦଘାଟିତ 

ଗରଦପୁର,୦୫/୦୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ସିକଳ ଗ୍ରାମରେ କଠିନ ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ରର ଉଦଘାଟନ …

Leave a Reply

Your email address will not be published. Required fields are marked *