Thursday , December 1 2022
Breaking News
Home / ଶିକ୍ଷା / ବିଶ୍ୱ ତମାଖୁ ବର୍ଜନ ଦିବସ ରେ ସଚେତନତା ଅଭିଯାନ କାର୍ୟ୍ୟକ୍ରମ

ବିଶ୍ୱ ତମାଖୁ ବର୍ଜନ ଦିବସ ରେ ସଚେତନତା ଅଭିଯାନ କାର୍ୟ୍ୟକ୍ରମ

ଜୁନାଗଡ଼, ୩୧/୦୫/୨୦୨୨( ଓଡ଼ିଶା ସମାଚାର/ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଲା ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ତମାଖୁ ବର୍ଜନ ଦିବସରେ ସଚେତନତା ଅଭିଯାନ କାର୍ୟ୍ୟକ୍ରମ ବିଦ୍ୟାଳୟ ର ଅଧକ୍ଷ ହିମାଂଶୁ ମୋହନ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୫୦ ଜଣ ସ୍ୱେଚ୍ଛାସେବୀ ଯୋଗଦାନ କରି ହ।ବସପୁର ,କରଚଲା ,ଖୁରସେଲଗୁଡା ଗ୍ରାମକୁ ଯାଇ ତମାଖୁ ବର୍ଜନ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଏଥିରେ ଏ ନ ଏ ସ ଏ ସ ଭାରତ ଭୂଷଣ ମୁଣ୍ଡ ,ଯୁବରେଡ଼ କ୍ରସ କାଉନସିଲର ଭବାନୀ ଶଙ୍କର ପଣ୍ଡା ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ତମାଖୁ ସମ୍ପୂର୍ଣ ବର୍ଜନ କରିବା ପାଇଁ ଲୋକଙ୍କୁ ସଚେତନ କରିଥିବା ବେଳେ ସ୍ବାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ ମଧ୍ୟ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଏଥିରେ ଖେଳ ଶିକ୍ଷକ ଜୟ କିଶନ ବେହେରା ଏବଂ ଅଧ୍ୟାପକ ସୁବାଷ ଚନ୍ଦ୍ର ମେହେର ଉପସ୍ଥିତ ରହି କାର୍ୟ୍ୟକ୍ରମ ରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.