Thursday , December 1 2022
Breaking News
Home / ଶିକ୍ଷା / ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ

ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ

ଗରଦପୁର,୩୧/୦୫/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଗୋବିନ୍ଦପୁର ସ୍ଥିତ ମାନବ ସମ୍ବଳ ବିକାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ସଭାପତିତ୍ୱ କରି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଡାକ୍ତର ବୈଲୋଚନ ଛାଟୋଇ ଯୋଗଦେଇ ଛାତ୍ରୀମାନଙ୍କୁ ତମାଖୁ ସେବନର ଅପକାରିତା ସଂପର୍କରେ ବୁଝାଇବା ସହିତ ତମାଖୁ ଠାରୁ ସଂପୂର୍ଣ୍ଣ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ଭଗିନୀ ଡି. ପୁଷ୍ପା କହିଥିଲେ ଯେ ଛାତ୍ରଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ବହୁ ବ୍ୟକ୍ତି ଏହି ତମାଖୁ ସେବନ କରି ବିପଦରେ ପଡୁଛନ୍ତି । ତେଣୁ ତମାଖୁ ସେବନ କରି ଅଭ୍ୟାସରେ ପଡିଥିବା ବ୍ୟକ୍ତି ତମାଖୁ ସେବନ ଠାରୁ ଦୂରେଇ ରହିବାକୁ ଯୋଗାଭ୍ୟାସ ଏବଂ ଔଷଧ ସେବନ କରିବାକୁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପରିଶେଷରେ ପ୍ରାଧ୍ୟାପକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳ ବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.