Thursday , December 1 2022
Breaking News
Home / ଶିକ୍ଷା / ଖେଳ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଖେଳ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୁନାଗଡ଼, ୩୧/୦୫/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ୟ୍ୟ ରତ ଖେଳ ଶିକ୍ଷକ ନରେନ୍ଦ୍ର କୁମାର ନେଗୀ ଦୀର୍ଘ ୩୫ ବର୍ଷ କାଳ ଏହି ବିଦ୍ୟାଳୟରେ କାର୍ୟ୍ୟ କରୁଥିଲେ ।ସେ ଜଣେ ସରଳ ଏବଂ ମେଳାପୀ ବ୍ୟକ୍ତି ଥିଲେ ।ତାଙ୍କ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁର୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଦ୍ୟାଳୟର ଶିକ୍ଷକ ଅମୁଲ୍ୟ ମେହେର ,ଅକ୍ଷୟ ସତନାମୀ ,ବିବେକାନନ୍ଦ ସୁନାନୀ ଏବଂ ବରିଷ୍ଠ ଶିକ୍ଷାବିତ ଶଶୀ ସେନ ଯୋଶୀ ,ବ୍ରଜ ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳ ଶିକ୍ଷକଙ୍କ ଭୂମିକା ଏହି ବିଦ୍ୟାଳୟ ଠାରେ ବହୁତ ଗୁରୁତ୍ୱ ରହିଛି ବୋଲି ବର୍ଣ୍ଣନା କରିଥିଲେ ।ବିଦ୍ୟାଳୟ ପ୍ରତିଷ୍ଠା ସମୟରୁ ସେ ଏହି ବିଦ୍ୟାଳୟର ବିଭିନ୍ନ ଖେଳ ପ୍ରତି ଯୋଗୀତା ଗୁଡିକ ଅୟୋଜନ କରି ବିଦ୍ୟାଳୟର ସୁନାମ ଅର୍ଜନ କରିଥିଲେ ଏପରିକି ପ୍ରତି ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାର୍ଷିକ ଉତ୍ସବ ପାଇଁ ଗୁରୁତ୍ୱ ଦେଉଥିଲେ ଏବଂ ଅୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରୁଥିଲେ ।ଆଜି ତାଙ୍କର ଅବସର ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ତାଙ୍କର ଅବସର ଜୀବନ ସୁଖ ମୟ ଏବଂ ନିରା ମୟ ଜୀବନ ଯାପନ କରିବା ପାଇଁ ଭଗବାନ ଙ୍କ ଠାରେ ଗୁହାରି କରିଛନ୍ତି ।ଆଜି ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତିରେ ଖେଳ ଶିକ୍ଷକ ନରେନ୍ଦ୍ର ନେଗୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।ଏଥିରେ ଶିକ୍ଷକ ଅକ୍ଷୟ ସତନାମୀ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର କିରାଣୀ ସରତ ଚନ୍ଦ୍ର ନ।ଏକ ଏବଂ ଦିଲୀପ କୁମାର ନେଗୀ ସହଯୋଗ କରିଥିଲେ ।ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ବିବେକାନନ୍ଦ ସୁନାନୀ । ଓଡ଼ିଶା ସମାଚାର

Leave a Reply

Your email address will not be published.