Friday , March 31 2023
Home / ବିଶେଷ / କାଳିଆବୁଦା ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନକଲେ ଚୌଦ୍ୱାର-କଟକ ବିଧାୟକ

କାଳିଆବୁଦା ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନକଲେ ଚୌଦ୍ୱାର-କଟକ ବିଧାୟକ

କଟକ,୩୧/୦୫/୨୦୨୨( ଓଡ଼ିଶା ସମାଚାର )- ଶିଖପୁରସ୍ଥିତ କାଳିଆବୁଦା ଶ୍ମଶାନ ପରିସରରେ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଅତ୍ୟାଧୁନିକ ଶବଦାହ ଗୃହ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ତେବେ ଏହି ଶବଦାହ ଗୃହ ନିର୍ମାଣ ପାଇଁ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉକ୍ତ ଗୃହ ନିର୍ମାଣ ହେଲେ କଟକ ପୂର୍ବାଞ୍ଚଳବାସୀ ବେଶ୍ ଉପକୃତ ହେବେ। ବିଶେଷ କରି ବର୍ଷା ଦିନେ ଶବଦାହ ପାଇଁ ସେମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆଗାମୀ ତିନି ମାସ ମଧ୍ୟରେ ଏହି ଶବଦାହ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ସିଏମସି ପକ୍ଷରୁ ଯୋଜନା ରଖାଯାଇଥିବା ସୂଚନା ମିଳିଛି। ଶ୍ମଶାନର ଉନ୍ନତୀକରଣ କାର୍ଯ୍ୟ ମଧ୍ୟ କରାଯିବା ଯୋଜନା ରହିଥିବା ବିଧାୟକ ଶ୍ରୀ ବିଶ୍ୱାଳ ମତ ଦେଇଛନ୍ତି। ଏହି ଭିତ୍ତିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଇଂ ସୁବ୍ରତ ଘଡ଼େଇ, ପୂର୍ବତନ କର୍ପୋରେଟର ପ୍ରଳୟା ବେଉରା, ସ୍ଥାନୀୟ ମୁରବୀ ସରୋଜ ମହାନ୍ତି, ଡଃ ତ୍ରୈଲୋକ୍ୟ ପଟ୍ଟନାୟକ, ଆଶିଷ ସ୍ୱାଇଁ, ନୟନା ସ୍ୱାଇଁ, ସଂଯୁକ୍ତା ଦଳାଇ, ଭଗବାନ ସାହୁ, ଶ୍ରୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.