Sunday , October 1 2023
Home / ବିଶେଷ / ୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ

୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ

ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଉଦଘାଟିତ

ଭୁବନେଶ୍ୱର, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଏକ ୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଶ୍ରମ ନିର୍ଦ୍ଦେଶାଳୟରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନସଚିବ ଚିତ୍ରା ଅରୁମଗମ୍ ଙ୍କ ଦ୍ୱାରା ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଆରମ୍ଭ କରାଯାଇଛି। ଓଡ଼ିଶାକୁ ଏକ ଶିଶୁ ଶ୍ରମ ମୁକ୍ତ ରାଜ୍ୟ କରିବା ପାଇଁ ବିଭିନ୍ନ ସ୍ତରରେ ନିଆଯାଉଥିବା ପଦକ୍ଷେପର ଅଂଶବିଶେଷ ହିସାବରେ ଏକ ୧୫ ଦିନିଆ ଅଭିଯାନ ରାଜ୍ୟର ସମସ୍ତ ଜିଲ୍ଲାରେ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା, ରାଲି, ଦସ୍ତଖତ ଅଭିଯାନ, ବାଲୁକା କଳା ପ୍ରଦର୍ଶନୀ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ସାମାଜିକ ସଂଗଠନ ଓ ସରକାରୀ ବିଭାଗର ସହଯୋଗରେ ଶିଶୁଶ୍ରମ ଆଇନ ସମ୍ପର୍କିତ ସଚେତନତା କର୍ମଶାଳାମାନ ମଧ୍ୟ କରାଯିବ। ଏହି ୧୫ ଦିନିଆ ଅଭିଯାନ ଜୁନ୍ ୧୨ ତାରିଖରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ଏକ ରାଜ୍ୟ ସ୍ତରୀୟ ସମାରୋହ କରାଯାଇ ଉଦଯାପନ କରାଯିବ।

ଉତ୍ସବରେ ଶ୍ରମ କମିଶନର ଡ. ଏନ୍ ତିରୁମାଲା ନାଏକ, ୟୁନିସେଫ୍ ରାଜ୍ୟ ମୁଖ୍ୟ ମୋନିକା ନିଲସେନ୍ , କମ୍ୟୁନିଟି ରେଡିଓ ଆସୋସିଏସନ୍ ସେକ୍ରେଟାରୀ ଡ. ଶିଶିର ଦାସ, ଏଡଏଟ୍ ଆକ୍ସନ ର ଉର୍ମି ଡାନିଏଲ, ଆଇଜେଏମ୍ ର ପିୟୁଷ ନନ୍ଦ, ପିକକ୍ ର ଅନୁରାଧା ମହାନ୍ତିଙ୍କ ସମେତ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପଦାଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *