ଭୁବନେଶ୍ୱର, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ଅବସରରେ ପୂର୍ବତଟ ରେଳବାଇ ଇଞ୍ଜିନିୟର ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ସଂଘର ସଭାପତି ଇଂ ବବିନ୍ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀ ବୈଷ୍ଣବଙ୍କୁ ସାକ୍ଷାତ କରି ଦରମାରେ ଅସଂଗତି ଦୂର କରିବା ଏବଂ ପଦୋନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଦାବି ଉପରେ ମନ୍ତ୍ରାଳୟ ଖୁବ୍ ଶୀଘ୍ର ବିଚାର କରି ନିଷ୍ପତ୍ତି ଗ୍ରହଣ କରିବ ବୋଲି ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲେ। ସଂଘ ପକ୍ଷରୁ ଇଂ ମହାନ୍ତିଙ୍କ ସମେତ ସାଧାରଣ ସମ୍ପାଦକ ଇଂ ବିଷ୍ଣୁ ପ୍ରସାଦ ଦାଶ, ଇଂ ଆଇଏ ଖାନ୍ , ଇଂ ଦୁଃଶାସନ ସାହୁ ଓ ଇଂ ଯୋଗେଶ୍ୱର ବେହେରା ଯୋଗ ଦେଇଥିଲେ। ଓଡ଼ିଶା ସମାଚାର