Friday , March 31 2023
Home / ବିଶେଷ / ଫ୍ରେଣ୍ଡସିପ୍ ଫର ଏଭର ସ୍ୱେଛାସେବୀ ସଂଗଠନ ସମ୍ବର୍ଦ୍ଧିତ

ଫ୍ରେଣ୍ଡସିପ୍ ଫର ଏଭର ସ୍ୱେଛାସେବୀ ସଂଗଠନ ସମ୍ବର୍ଦ୍ଧିତ

କୁଜଙ୍ଗ, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ବିଗତ ଆଠ ଦିନ ଧରି ଚାଲୁଥିବା କୁଜଙ୍ଗ ସାଂସ୍କୃତିକ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଦୀର୍ଘ ଆଠ ଦିନ ଧରି ଏହି ସାଂସ୍କୃତିକ ମହୋତ୍ସବ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା । ସ୍ଥାନୀୟ କୁଜଂଗ ର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ‘ଫ୍ରେଣ୍ଡସିପ୍ ଫର ଏଭର’ ମହୋତ୍ସବ ପଡ଼ିଆରେ ଆଠ ଦିନ ଧରି ଚାଲୁଥିବା ଏହି ମହୋତ୍ସବର ଦର୍ଶକ ମାନଙ୍କୁ ବିନା ମୂଲ୍ୟରେ ସ୍ୱଛ ପାନୀୟ ଜଳ ବଂଟନ କରି ପ୍ରସଂଶା ଭାଜନ ହୋଇ ପାରିଥିଲା । ସଂଗଠନର ସଦସ୍ୟ ସୁଦର୍ଶନ ସ୍ୱାଇଁ,ଶିବ କୁମାର ସାହୁ,ଦାମୋଦର ସ୍ୱାଇଁ,ଭଶ୍ମରଶ୍ମୀ ବିଶ୍ୱାଳ, ଜ୍ୟୋତିରଂଜନ ବାରିକ,ଦିପକ ମହାନ୍ତି, ସରୋଜ କୁମାର ବେହେରା, ସତ୍ୟନାରାୟଣ ଦାସ,ପ୍ରଣୟ ପରିଜା,ସତ୍ୟ ଶଙ୍କର ମିଶ୍ର, ରମେଶ ନାୟକ, ନୃସିଂହ ପ୍ରଧାନ, ରଜନୀକାନ୍ତ ଗୁରୁ, ଧିରେନ୍ ରାଉତ, ସଲିଳ ବେହେରା, ଭବାନୀ ପ୍ରସାଦ ଦାସ, ନିର୍ଭୟ ପଲାଇ, ଶୈଳେନ୍ଦ୍ର ବିଶ୍ୱାଳ ପ୍ରମୁଖ ଦର୍ଶକ ମାନଙ୍କୁ ସ୍ୱଛ ପାନୀୟ ଜଳ ବଂଟନ  କରିଥିଲେ । ‘ଫ୍ରେଣ୍ଡସିପ୍ ଫର ଏଭର’ ସ୍ୱେଛାସେବୀ ସଂଗଠନ ର ଏହି ପ୍ରସଂଶନୀୟ କାର୍ଯ୍ୟ ପାଇଁ ସାଂସ୍କୃତିକ ମହୋତ୍ସବ ର ଉଦଯାପନୀ ଉତ୍ସବରେ କୁଜଙ୍ଗ ସାଂସ୍କୃତିକ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.