Friday , March 31 2023
Home / ବିଶେଷ / ଦ୍ୱୀପାଞ୍ଚଳରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଦ୍ୱୀପାଞ୍ଚଳରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ସାଲେପୁର, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ତରିତୋ ପଞ୍ଚାୟତ କାର୍ୟ୍ୟଳୟରେ ଏକ ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ମହିଳା କମିଟି ସଦସ୍ୟା ରଶ୍ମି ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୧୧୩ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ୧୧ଜଣଙ୍କର ଅସ୍ତ୍ରୋପଚାର କରାଯିବା ପାଇଁ କଟକ ମଡର୍ନ ଚକ୍ଷୁଚିକିତ୍ସାଳୟକୁ ପଠାଯାଇଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ସରପଞ୍ଚ ଜିନ୍ ସେଠୀ, ସମିତି ସଭ୍ୟା ରଶ୍ମିତା ବେହେରା, ଯୁବ ସମାଜସେବୀ ଲୋଲୁପ ବିଶ୍ୱାଳ, ଗଗନ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଶିବିରକୁ ସୁଧିର ବରିଡା, ଶରତ ପରିଡ଼ା, ବାବୁଲି ମହାରଣା, ପ୍ରଭାକର ସୁତାର, ସୁଶାନ୍ତ ପରିଡ଼ା, ମଥୁରୀ ସାମଲ, ବିଶ୍ୱଭୂଷଣ ଦାଶ, ଅନ୍ତର୍ୟ୍ୟାମୀ ବିଶ୍ୱାଳ, ବିବେକା ପରିଡ଼ା, ବାପୁ ପରିଡ଼ା, ମିଟୁ ମଲିକ୍ ପ୍ରମୁଖ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.