Friday , March 31 2023
Home / ସ୍ୱାସ୍ଥ୍ୟ / ଏରଞ୍ଚରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲିଲା

ଏରଞ୍ଚରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲିଲା

ନିଆଳି, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ନିଆଳି ବ୍ଲକ ଅନ୍ତର୍ଗତ ଦେବୀକନ୍ଦଳ ଦ୍ୱୀପାଞ୍ଚଳ ଏରଞ୍ଚ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଅସ୍ଥାୟୀ ଭାବେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦଘାଟିତ ହୋଇଯାଇଛି। ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ନିଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶଚନ୍ଦ୍ର ବେହେରା ଶନିବାର ଏହି ଉପକେନ୍ଦ୍ରକୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଜଲ୍ଲାପରିଷଦ ସଭ୍ୟା ସୌଦାମିନୀ ମହାପାତ୍ର, ସରପଞ୍ଚ ନିରଞ୍ଜନ ବେହେରାଙ୍କ ସମେତ ବିଭୂକଲ୍ୟାଣ କାନୁନଗୋ, ଜ୍ୟୋତିରଞ୍ଜନ ସ୍ୱାଇଁ, ସରୋଜ ମହାନ୍ତି, ସୌଭାଗ୍ୟ ମହାପାତ୍ର, ରଜନୀକାନ୍ତ ମହାପାତ୍ର, ସୁଦୀପ୍ତ ପାଢ଼ୀ, ଭୂବନାନନ୍ଦ ମହାପାତ୍ର, ଅନ୍ତର୍ଯ୍ୟାମୀ ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ କସରଦା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବିକ୍ରମ ଚରଣ ସାହୁ, ସ୍ୱାସ୍ଥ୍ୟ କର୍ମୀ ପ୍ରଭାତ ମଲ୍ଲିକ ପ୍ରଥମ ଦିନରେ ୫୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.