Friday , March 31 2023
Home / ବିଶେଷ / ଏନଆରଆରଆଇ ରେ ‘ବର୍ଜ୍ୟବସ୍ତୁରୁ ସମ୍ପତ୍ତି ଅର୍ଜନ’ ଆଲୋଚନାଚକ୍ର

ଏନଆରଆରଆଇ ରେ ‘ବର୍ଜ୍ୟବସ୍ତୁରୁ ସମ୍ପତ୍ତି ଅର୍ଜନ’ ଆଲୋଚନାଚକ୍ର

କଟକ, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ‘ବର୍ଜ୍ୟବସ୍ତୁରୁ ସମ୍ପତ୍ତି ଅର୍ଜନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଟକ ମହାନଗର ନିଗମ(ସିଏମସି) କମିଶନର ଅନନ୍ୟା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସହରର ବିଭିନ୍ନ ସାହିବସ୍ତି ରୁ ସଂଗ୍ରହ ହେଉଥିବା ବର୍ଜ୍ୟବସ୍ତୁ ରୁ ଉନ୍ନତମାନର ଖତ ପ୍ରସ୍ତୁତ ହେଉଛି। ଏହି ପ୍ରକ୍ରିୟା ଦ୍ୱାରା କଟକ ସହରକୁ ଦୁର୍ଗନ୍ଧମୁକ୍ତ କରାଯାଇ ପାରିବ ବୋଲି ସେ କହିଥିଲେ। ସିଏମସି ଡେପୁଟି କମିଶନର ସଞ୍ଜିବିତା ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ଜ୍ୟବସ୍ତୁର ସୁପରିଚାଳନା ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଏନଆରଆରଆଇ ନିର୍ଦ୍ଦେଶିକା ଡ. ପଦ୍ମିନୀ ସ୍ୱାଇଁ ଅନୁଷ୍ଠାନର ଗବେଷଣା ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମ ସଂକ୍ରାନ୍ତରେ ମତ ଦେଇଥିଲେ। ଅନୁଷ୍ଠାନର ସ୍ୱଚ୍ଛ ଭାରତ କମିଟି ସଭାପତି ତଥା ପ୍ରଧାନ ବୈଜ୍ଞାନିକ ଡ. ଶ୍ରୀକାନ୍ତ ଲେଙ୍କା, ଡ. ଏନଏନ ଜାଏବୁଲକର, ଡ. ରାହୁଲ ତ୍ରିତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.