Tuesday , October 3 2023
Breaking News
Home / ନିର୍ବାଚନ / ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡ଼ି

୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡ଼ି

ଭୁବନେଶ୍ୱର , ୨୯/୦୫/୨୦୨୨( ଓଡ଼ିଶା ସମାଚାର )- ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡ଼ି ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରାଜ୍ୟସଭା ପାଇଁ ପ୍ରାର୍ଥି କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି ମୁଖପାତ୍ର ସୁଲତା ଦେଓ, ନିରଞ୍ଜନ ବିଷି ଙ୍କୁ ପ୍ରଥମ ଥର ପାଇଁ ରାଜ୍ୟସଭା ପ୍ରାର୍ଥି କରାଯାଇଛି । ଏହି ୪ଜଣଙ୍କୁ ବିଜେଡି ପକ୍ଷରୁ ଆଗାମୀ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ କରାଯାଇଛି । ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ବିଜେଡ଼ ପକ୍ଷରୁ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ରହିଛି । ପ୍ରସନ୍ନ ଆଚାର୍ୟ୍ୟ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ୟ୍ୟକାଳ ସରିଥିବାବେଳେ କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଯାହାପରେ ଓଡିଶାରୁ ମୋଟ ୪ଟି ଆସନ ଖାଲି ରହିଛି । ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳ ଏଯାଏ ପ୍ରାର୍ଥୀ ଚୟନ କରିନାହାନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *