କେନ୍ଦ୍ରାପଡ଼ା, ୨୯/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୬ନମ୍ବର ୱାର୍ଡର ନସଡିପୁର ନିକଟ ଗୋବରୀ କେନାଲ ଉପରେ ଏକ ସେତୁ ନିର୍ମାଣ ପାଇଁ ଗତ ୩ ବର୍ଷ ତଳେ ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ଶଶି ଭୂଷଣ ବେହେରା ଗତ ୨୦୧୯ମସିହା ଅକ୍ଟୋବରମାସ ୧୯ତାରିଖରେ ଶୁଭ ଦେଇଥିଲେ । ଗୋବରୀ କେନାଲ ଉପରେ ଏହି ସେତୁ ନିର୍ମାଣ ହେଲେ ଭଗେଶ୍ୱରପୁର, ନସଡିପୁର ସହ ମାଧପୁର ସଂଯୋଗ ହେବା ସହିତ ଏହି ରାସ୍ତା ଦେଇ ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ସଂଯୋଗ ହୋଇପାରିିବ । ଏଥିସହିତ ସହରରେ ହେଉଥିବା ଭିଡ ଏବଂ ଟ୍ରାଫିକ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଦୀର୍ଘ ୩ ବର୍ଷ ପରେ କେବଳ ଏହି ସେତୁର ଶୁଭ ଦିଆଯାଇଥିବା ଫଳକଟି ରହିଥିବା ବେଳେ ପୋଲ ନିର୍ମାଣ କିନ୍ତୁ ସମ୍ଭବ ହୋଇପାରିନାହିଁ । ଜିଲ୍ଲା ପ୍ରଶାସନ ବା କେନ୍ଦ୍ରାପଡା ବିଧାୟକ ବା କେନ୍ଦ୍ରାପଡା ସାଂସଦଙ୍କ ଆନ୍ତରିକ ଇଛାଶକ୍ତିର ଅଭାବ ହେତୁ ସେହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ତୁରନ୍ତ ଏହି ସେତୁର ନିର୍ମାଣ ଆରମ୍ଭ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର