ନିରାକାରପୁର,୨୯/୦୫/୨୦୨୨( ଓଡ଼ିଶା ସମାଚାର )- ମେଁ ମାସ ୨୮ତାରିଖ ମହିଳା ମାନଙ୍କ ଋତୁଶ୍ରାବ ଦିବସ।ଏହି ଦିନରେ ଏମଡିବି ଫାଉଣ୍ଡେସନ ସହାୟତାରେ ଲାୟନସ କ୍ଲବ ଭୂବନେଶ୍ୱର ମାଗନମ କମ୍ପାନୀ ଆନୁକୂଲ୍ୟରେ ମହିଳା ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଓ ଋତୁସ୍ରାବ ଉପରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଋତୁଶ୍ରାବ ସଚେତନତା କାର୍ୟ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ମାଗନମ ଉପସଭାପତି ଗୀତାରାଣୀ ପାଢ଼ୀ,
ମୁଖ୍ୟ ବକ୍ତା ଭାବେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରାଣୀ ଲିପସା ମିଶ୍ର ଯୋଇଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ନିରାକାରପୁର ତାନା ଅଧିକାରିଣୀ ଗୀତାଜଂଳୀ ନାୟକ ଯୋଗଦେଇ ମହିଳା ଓ ଯୁଵତୀ ମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଲୋକପାତ କରାଇଥିଲେ। ମହିଳା ମାନଙ୍କ ଋତୁଶ୍ରାବ ଦିବସରେ
ଡାକ୍ତରାଣୀ ଲିପସା ମିଶ୍ର ଯୋଗଦେଇ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ପର୍କରେ ମହିଳା ମାନଙ୍କୁ ଟିପସ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀ ଚେୟାରମାନ ଶ୍ରୀଯୁକ୍ତ ରମେଶ ମହାପାତ୍ର, ପରିଚାଳନା ନିର୍ଦ୍ଦେଶକ ପ୍ରେମ୍ ଶଙ୍କର ଶତପଥୀ, ନିର୍ଦ୍ଦେଶକ। ସମୀର ଅଲ୍ଲୀ, ସମ୍ବିଧା ଶତପଥୀ, ଜ୍ୟୋତି ରଞ୍ଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର
Home / ବିଶେଷ / ମହିଳା ଋତୁଶ୍ରାବ ଦିବସରେ ଏମଡିବି ଫାଉଣ୍ଡେସନ ଆନୁକୂଲ୍ୟରେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ