ଭୁବନେଶ୍ୱର , ୨୯/୦୫/୨୦୨୨( ଓଡ଼ିଶା ସମାଚାର )- ନେପାଳର ପୋଖରାରୁ ଜୋମ୍ସୋମ୍ ଅଭିମୁଖେ ଯାଉଥିବା ଏକ ଘରୋଇ ବିମାନ ଆଜି କ୍ରାଶ ହୋଇଛି। ବିମାନଟି ମୁସ୍ତାଙ୍ଗର କୋଆଙ୍ଗା ଗ୍ରାମରେ ଲମଚେ ନଦୀ ନିକଟସ୍ଥ କ୍ରାଶ କରିଥିବା ଠାବ ହୋଇଛି। ‘ତାରା’ ନାମକ ଏହି ବିମାନଟି ମନପାଠି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ନେପାଳ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି। ବିମାନରେ ୨୨ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଭାରତୀୟ ଥିଲେ। ସେହି ୪ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି। ସେମାନେ ଗୋଟିଏ ପରିବାରର ହୋଇଥିବା ବେଳେ ନେପାଳ ବୁଲିବାକୁ ଯାଇଥିଲେ। ଏହି ୪ ଜଣ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀ। ବାପା, ମା , ପୁଅ ଓ ଝିଅ । ପରିବାର ସହ ନେପାଳ ବୁଲିଯାଇଥିଲା ବେଳେ ବିମାନ ଦୁର୍ଘଟଣା ଘଟିଛି। ସୂଚନା ଅନୁଚଯାୟୀ, ନେପାଳର ପୋଖରାରୁ ଜୋମ୍ସୋମ୍ ଅଭିମୁଖେ ଯାଉଥିବା ଏହି ଛୋଟ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଅଶୋକ ତ୍ରିପାଠୀ ଭୁବନେଶ୍ୱରର ଇନଫୋସିଟିରେ ଜଣେ ଇଂଜିନିୟର ଭାବେ କାର୍ଯ୍ୟ କରନ୍ତି । ତାଙ୍କ ପତ୍ନୀ ମୁମ୍ବାଇରେ ଚାକିରି କରୁଥିଲେ। ତେଣୁ ତାଙ୍କର ପରିବାର ମୁମ୍ବାଇରେ ରହୁଥିଲେ। ଗତ ୨୬ ତାରିଖରେ ଅଶୋକ ମୁମ୍ବାଇ ଯାଇଥିଲେ ଏବଂ ସେଠାରୁ ସେ ପରିବାର ଲୋକଙ୍କର ସହିତ ନେପାଳ ବୁଲି ଯାଇଥିଲେ। ଏଠାରେ ଭୁବନେଶ୍ୱର ର ଜୟଦେବ ବିହାର ଠାରେ ଥିବା ତାଙ୍କ ଭଡ଼ା ଘରେ ଜଣେ କେଆରଟେକର ଅଛନ୍ତି । ସେ ରହୁଥିବା ଘର ଛଡ଼ା ଅନ୍ୟସବୁ ଘର ଚାବି ପଡ଼ିଛି । କେଆର ଟେକର କହିବା ମୁତାବକ ତାଙ୍କ ପାଖକୁ ସେମିତି କିଛି ଖବର ଆସିନାହିଁ । ତେବେ ବାବୁ ଙ୍କ ସହିତ ଫୋନ୍ ଯୋଗାଯୋଗ ହେଉନାହିଁ । ଓଡ଼ିଶା ସମାଚାର