ଜୁନାଗଡ଼,୨୯/୦୫/୨୦୨୨ (ଓଡ଼ିଶା ସମାଚାର / ରାକେଶ ବେମାଲ )- ପ୍ରଧାନ ମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ ଭାରତ ସରକାରଙ୍କର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ର ଏହା ଏକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଅଭିନଵ ଯୋଜନା । ସାରା ଦେଶରେ ଏହି ଯୋଜନା ମାଧ୍ୟମରେ ଅନେକ ଶିକ୍ଷିତ ଯୁବକ ଯୁବତୀ ନିଜେ ରୋଜଗାର କ୍ଷମ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି। ଏହି କ୍ରମରେ ଆଜି କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରଭାଟି ଗ୍ରାମପଞ୍ଚାୟତ ରେ ପ୍ରଧାନ ମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିଳ୍ପ କେନ୍ଦ୍ର କଲାହାଣ୍ଡି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶିବସଙ୍କର ନାଏକ,ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ହରିଶଙ୍କର ବେମାଲ ,ଉଦ୍ୟାନ ବିଭାଗର ମହେଶ୍ୱର ରଣା, ଆଇପିଓ ଚିନ୍ମୟୀ ଭୋଇ, ସୁଧାଂଶୁ ଶେଖର ନାଏକ,ସୁବାଷ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପଂଚାୟତର ଶତାଧିକ ପୁରୁଷ ମହିଳା ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶା ସମାଚାର