କେନ୍ଦ୍ରାପଡ଼ା, ୨୯/୦୫/୨୦୨୨( ଓଡ଼ିଶା ସମାଚାର )- ପ୍ରଜ୍ଞାନ ମିଶନ ପକ୍ଷରୁ କେନ୍ଦ୍ରାପଡା ସହରର ଚାଟରାପାଟଣା ସ୍ଥିତ ଶ୍ରୀ ରାଧାଗୋବିନ୍ଦଜୀଉ ମନ୍ଦିର ପରିସରରେ ଗୀତା ଜ୍ଞାନଯଜ୍ଞ ଉଦଘାଟିତ ହୋଇଯାଇଛି । ଏହି ଜ୍ଞାନଯଜ୍ଞ ୩ ଦିନ ଧରି ଅନୁଷ୍ଠିତ ହେବ । ପ୍ରଜ୍ଞାନ ମିଶନର ସହକାରୀ ସମ୍ପାଦକ ସ୍ୱାମୀ ଅନିର୍ବାଣାନନ୍ଦ ଗିରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ପ୍ରଜ୍ଞାନ ମିଶନ ସନ୍ନ୍ୟାସୀମାନଙ୍କ ଦ୍ୱାରା ଗୀତା ପାଠ କରାଯାଇଥିଲା । ସ୍ୱାମୀ ଆନନ୍ଦାନନ୍ଦ ଗିରି ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ପ୍ରଜ୍ଞାନ ମିଶନର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ । କ୍ରୀୟାଯୋଗର ପ୍ରସାର ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରାକୃତିକ ଦୁର୍ବିପାକରେ ସହାୟତା ପ୍ରଦାନ କରିବା ହେଲା ପ୍ରଜ୍ଞାନ ମିଶନର ପ୍ରମୁଖ କାର୍ଯ୍ୟ ବୋଲି ସେ ସୂଚନା ପ୍ରଦାନ କରିଥିଲେ । ସ୍ୱାମୀ ଦେବପ୍ରୀୟାନନ୍ଦ ଗିରି ବକ୍ତାଭାବରେ ଯୋଗଦେଇ ଶ୍ରୀମଦ୍ ଭାଗବତ ଗୀତାର ବ୍ୟାଖ୍ୟା କରିଥିଲେ । ଏହି ଗୀତା ଜ୍ଞାନଯଜ୍ଞକୁ ସ୍ୱାମୀ ବ୍ରହ୍ମାନନ୍ଦ ଗିରି ସଂଚାଳନା କରିଥିବା ବେଳେ ସ୍ୱାମୀ ବିଜ୍ଞାନାନନ୍ଦ ଗିରି, ସ୍ୱାମୀ ବିଶ୍ୱଋପାନନ୍ଦ ଗିରି, ଉମାକାନ୍ତ ପରିଡା, କୁଳମଣୀ ଦାସ, ପ୍ରସନ୍ନ ମଲ୍ଲ, ଶ୍ରୀକାନ୍ତ ରାଉତ, ସୁଜିତ୍ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର