Friday , September 22 2023
Breaking News
Home / ରାଜନୀତି / ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ ପାଇଁ ଧରିଣା ସମିତିସଭ୍ୟା ସ୍ୱାମୀ ଙ୍କୁ ଵିଜେଡିର ତାଗିଦ୍

ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ ପାଇଁ ଧରିଣା ସମିତିସଭ୍ୟା ସ୍ୱାମୀ ଙ୍କୁ ଵିଜେଡିର ତାଗିଦ୍

କଟକ ସଦର, ୨୯/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜକୁ କିଛି ଦିନ ହେଲା ଦଳରେ ରହି ଵିରୋଧିମାନଙ୍କ ପ୍ରରୋଚନାରେ ଦଳ ବିରୋଧୀ କାର୍ଯ୍ୟ ସହ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିଵା ପରିପ୍ରେକ୍ଷୀରେ କଟକ ସଦର ଵ୍ଲକ ଅନ୍ତର୍ଗତ ଧରିଣା ପଞ୍ଚାୟତ ସମିତିସଭ୍ୟାଙ୍କ ସ୍ୱାମୀ ଡିଲର ତ୍ରିନାଥ ଦାଶଙ୍କୁ ଵିଜେଡି ତାଗିଦ୍ କରିଛି ।ଏଭଳି କାର୍ଯ୍ୟ ର ଯଦି ପୁନରାବୃତ୍ତି ହୁଏ ତେଵେ ଦଳ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିପାଇଁ ସଦର ଵିଜେଡି ସଭାପତି ପ୍ରମୋଦ ମହାପାତ୍ର ଆଵାହକତ୍ୱରେ ଆୟୋଜିତ କର୍ମୀ ଵୈଠକରେ ପଞ୍ଚାୟତର ଵହୁ କର୍ମୀଙ୍କ ସମେତ ସରପଞ୍ଚ ରତ୍ନାକର ରାଉତ, ପର୍ଯ୍ୟବେକ୍ଷକ ତଥା ଭୂଵନେଶ୍ୱର ସାଙ୍ଗଠନିକ ଜିଲ୍ଲା ଵିଜେଡି ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର,ରମେଶ ଚନ୍ଦ୍ର ସତପଥି,ପୂର୍ଵତନ ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ, ସର୍ବେଶ୍ଵର ମିଶ୍ର, ବିଶ୍ୱଜିତ ସତପଥି, ମହେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇ ଵିଵାଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।ଏଘର ମାଉସୀ ସେଘର ପିଉସୀ ହେଵା ଅପେକ୍ଷା ଗୋଟିଏ ଘରକୁ ଆଦରି ନେଵାକୁ ବରିଷ୍ଠ ଵିଜେଡି କର୍ମୀ ସର୍ବେଶ୍ଵର ମିଶ୍ରଙ୍କ ପରାମର୍ଶ ସମସ୍ତଙ୍କର ଗ୍ରହଣୀୟ ହୋଇଥିଵା ଶୁଣିଵାକୁ ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *