Friday , March 31 2023
Home / ବିଶେଷ / ଠାକୁର ଘର ଜମି ବିବାଦକୁ ନେଇ ହତ୍ୟାକାଣ୍ଡ

ଠାକୁର ଘର ଜମି ବିବାଦକୁ ନେଇ ହତ୍ୟାକାଣ୍ଡ

କେନ୍ଦ୍ରାପଡ଼ା, ୨୯/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଗୟାସପୁର ଗ୍ରାମରେ ଏକ ଠାକୁର ଜମିକୁ ନେଇ ଗଣ୍ଡଗୋଳ ହେବା ଫଳରେ ଜଣକୁ ପିଟିପିଟି ମାରି ଦିଆଯାଇଥିବା ବେଳେ ଆଉ ଜଣେ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗୟାସପୁର ଗ୍ରାମର ଦିଲିପ କୁମାର ପଣ୍ଡାଙ୍କ ସହିତ ତାଙ୍କର ପଡୋଶି ସୁରେନ୍ଦ୍ର ପଣ୍ଡା ଓ ଗୈାରାଙ୍ଗ ପଣ୍ଡାଙ୍କ ସହିତ ଦୀର୍ଘଦିନ ହେଲା ଠାକୁର ଜମିକୁ ନେଇ ବିବାଦ ଲାଗିରହିିଥିଲା । ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଉଭୟଙ୍କ ମଧ୍ୟରେ ଏହି ଜମିକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରେ ଗଣ୍ଡଗୋଳ ତୀବ୍ର ରୂପ ନେଇ ଦିଲିପ କୁମାର ପଣ୍ଡା ଓ ମଙ୍ଗୁଳି ଚରଣ ପଣ୍ଡାଙ୍କୁ ଅପରପକ୍ଷ ମରଣାତ୍ମକ ଆକ୍ରମଣ କରିଥିଲେ । ଦିଲିପ କୁମାର ପଣ୍ଡାଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ମଙ୍ଗୁଳି ପଣ୍ଡାଙ୍କୁ ପ୍ରଥମେ ମହାକାଳପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକି୍ସାଳୟରେ ଚିକିତ୍ସା କରାଇବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରେଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ମହାକାଳପଡା ଥାନା କେଶ ନମ୍ବର-୧୦୯/୨୨ ରେ ଏକ ମାମଲା ରୁଜୁ କରାଯାଇ ୪ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଉଥିବା ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.