Saturday , June 3 2023
Breaking News
Home / ବିଶେଷ / ସାମ୍ବାଦିକ ସିରାଜ ଉଦ୍ଧିନ ଖାଁ ଙ୍କ ଅକାଳ ବିୟୋଗ

ସାମ୍ବାଦିକ ସିରାଜ ଉଦ୍ଧିନ ଖାଁ ଙ୍କ ଅକାଳ ବିୟୋଗ

ଭୁବନ,୨୮/୦୫/୨୦୨୨( ଓଡ଼ିଶା ସମାଚାର )- ଭୁବନ ଅଂଚଳର ଜଣାଶୁଣା ସାମ୍ବାଦିକ ତଥା ଯୁବ ସମାଜସେବୀ ସିରାଜ ଉଦ୍ଧିନ ଖାଁ (ଗରିବ) ଙ୍କର ଆଜି ସକାଳେ କଟକ ବଡ ଡାକ୍ତରଖାନା ରେ ଅକାଳ ବିୟୋଗ ହୋଇଛି । ସେ ଗତ କିଛି ଦିନ ହେଲା ଲିଭର ଓ କିଡନୀ ରୋଗରେ ପୀଡିତ ଥାଇ ଚିକତ୍ିସିତ ହେଉଥିଲେ । ଗତ କାଲି ରାତି ରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯଇଥିଲା ବେଳେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା ଓ ସେ ଅବିବାହିତ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ମଧ୍ୟାହ୍ନ ୧୨ ଘଟିକା ସମୟରେ ଭୁବନ ଏନଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ସ୍ଥିତ ବାସଭବନରେ ଗରିବ ଙ୍କ ମୃତଦେହ ପହଁଚିବା ପରେ ନଗରପାଳ ଶୁଭେନ୍ଦୁ ସାହୁ, ୧୯୯୧ ମାଟ୍ରିକ ବ୍ୟାଚ ସାଥୀ ଙ୍କ ସମେତ ସହସ୍ରାଧିକ ଶୋକାକୁଳ ଜନତା ତାଙ୍କର ଶେଷ ଦର୍ଶନ କରିବା ସହ ଶବାଧାରରେ ସହର ପରିକ୍ରମା କରିଥିଲେ । ସ୍ୱର୍ଗତ ଗରିବ ଜଣେ ନିର୍ଭିକ ତଥା ସଚ୍ଚୋଟ ସାମ୍ବାଦିକ ଭାବେ ପରିଚିତ ଥିଲେ ଓ ପ୍ରଚଣ୍ଡ ସ୍ୱାଭିମାନୀ ଥିଲେ । ସେ ଏକାଧାରରେ ଜଣେ ସ୍ନେହୀ,ଦୟାଳୁ,ପରୋପକାରୀ. ସାହାଯ୍ୟକାରୀ ବ୍ୟକ୍ତି ଓ ଭୁବନ ର କଂଗ୍ରେସ ମୁଖପାତ୍ର ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.