ଭୁବନେଶ୍ୱର , ୨୮/୦୫/୨୦୨୨( ଓଡ଼ିଶା ସମାଚାର )- ନନ୍ଦନକାନନରେ ଏକ ସିଂହୀର ମୃତ୍ୟୁ ହୋଇଛି । ସାପ କାମୁଡ଼ିବା ଯୋଗୁ ସିଂହୀଟିର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ସାପଟି କାମୁଡ଼ିବା ପରେ ତାର ଚିକିତ୍ସା କରାଯାଉଥିଲା । ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସିଂହୀଟିର ମୃତ୍ୟୁ ହୋଇଛି । ୩୦ ନଂ ଖୁଆଡରେ ସିଂହୀଟି ରହୁଥିଲା । ଓଡ଼ିଶା ସମାଚାର