କଟକ ସଦର, ୨୮/୦୫/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଵ୍ଲକ ଅନ୍ତର୍ଗତ ଯଶପଡା ପଞ୍ଚାୟତ ତଫସିଲଭୁକ୍ତ ଜାତି ମହିଳାଙ୍କ ପାଇଁ ଗତ କାଲି ଶୁକ୍ରବାର ଅନୁଷ୍ଠିତ ଉପନିର୍ବାଚନରେ ମିନତୀ ସେଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଙ୍କ ଠାରୁ ୮୭୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଆଜି ଵ୍ଲକରେ ସରକାରୀ ଭାବେ ଗଣତିରୁ ଜଣାପଡିଛି। ଶ୍ରୀମତୀ ସେଠୀ ୧୫୩୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଅନ୍ନପୂର୍ଣ୍ଣା ସାହୁ ୬୬୨ ଖଣ୍ଡ ଭୋଟ ପାଇଥିବା ଜଣାଯାଇଛି।ଏଠାରେ ସମୁଦାୟ ୪ ଜଣ ପ୍ରାର୍ଥିନୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ ୬୪ %ମତଦାନ ହୋଇଥିଲା। ସୂଚନାଯୋଗ୍ୟ ଯେ ଏଠାରେ ଜନୈକା ପ୍ରାର୍ଥିନୀଙ୍କର ଭୋଟ ଗ୍ରହଣର ଠିକ୍ ଗୋଟିଏ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା କାରଣରୁ କେବଳ ସରପଞ୍ଚ ଭୋଟ ସ୍ଥଗିତ ରହିଥିଲା। ନବନିର୍ବାଚିତ ସରପଞ୍ଚ ମିନତୀ ସେଠୀଙ୍କୁ ଶୁଶାନ୍ତ ସାହୁ, ବିରଞ୍ଚିନାରାୟଣ ପଣ୍ଡା,ଅଜୟ ମହାନ୍ତି,ପ୍ରଦିତ୍ୟ ଦାଶ,ରଵି ଦାସ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ଓଡିଶା ସମାଚାର