ନିଶ୍ଚିନ୍ତକୋଇଲି,୨୮/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା )-ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ମହାଜନପୁର ପାଣି ଟାଙ୍କି ପରିସର ରେ ୩ ଜଣ ଯୁବକ ମଦ୍ୟ ପାନ କରି ନିଜ ଭିତରେ ମାଡପିଟ୍ ଓ ଠେଲାପେଲା ହେବାରୁ ଜଣେ ଏକ ସିମେଣ୍ଟ ଚଟାଣରେ ପଡ଼ିଥିବାରୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଥିଲେ। କିନ୍ତୁ ସେଠାରେ ଡାକ୍ତର ଗୁରୁତର ଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଙ୍କ ନାଁ ହେଉଛି ହୃଷିକେଶ ମଲ୍ଲିକ। ଗଣ୍ଡଗୋଳ କରିଥିବା ଯୁବକ ବଟକୃଷ୍ଣ ମଲ୍ଲିକଙ୍କୁ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଥାନା ରେ ଅଟକ ରଖିଛି। ବଟକୃଷ୍ଣ ଓ ମୃତକ ହୃଷିକେଶ ସଂପର୍କୀୟ ଭାଇ ହୋଇଥିବା ବେଳେ ଅନ୍ୟ ଯୁବକ କାଳିଆ ମଲିକ ସେ ଦୁଇ ଭାଇ ର ଭିଣୋଇ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର