Sunday , March 26 2023
Breaking News
Home / ବିଶେଷ / ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ ବନ୍ଧ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ୭ ବର୍ଷ ତଳେ ଏହି ନଦୀବନ୍ଧ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହୋଇଥିଲା । ଏବେ ଏହି ନଦୀ ବନ୍ଧ ଉପରେ ପିଚୁ ଉଠିଗଲାଣି । ବିଭିନ୍ନ ଯାଗାରେ ପିଚୁ ଉଠି ଖାଲ ଖମା ଓ ଗାଢ଼ ସୃଷ୍ଟି ହୋଇଛି । ଦୁଇ ପଟକୁ ପିଚୁ ରାସ୍ତା ଦବି ଯାଇ ମଝି ରେ ହିଡ଼ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ପିଚୁ ଉଠି ତା ତଳେ ଥିବା ମେଟାଲ ମଧ୍ୟ ଉଠିଗଲାଣି । ଏହି ରାସ୍ତାରେ ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ଗାଡ଼ି କଟାଇ ଯିବା ସମ୍ଭବ ହେଉନାହିଁ । ଏହି ରାସ୍ତାର ଗୁରୁତ୍ୱ ଏବେ ସର୍ବାଧିକ ବଅଦ୍ଧି ପାଇବାକୁ ଯାଉଛି । କାରଣ ଏହି ରାସ୍ତାକୁ ଲାଗିଥିବା ପନ୍ଦିଆ – ଗରଦପୁର ଚିତ୍ରୋପôଳା ନଦୀରେ ନିର୍ମାଶଧିନ ହାଇ ଲେବବୁଲ ବ୍ରିଜ ନିର୍ମାଣ ଶେଷ ହୋଇ ଗଲାଣି । ବ୍ରିଜ ର ଉଗୟ ପାଶ୍ୱର୍ ଆପ୍ରୋଚ ରୋଡ଼ ଏବେ ନିର୍ମାଣ ଚାଲିଛି । ଆଉ ୧୫ ଦିନେ ଆପ୍ରୋଚ ରୋଡ଼ ନିର୍ମାଣ ଶେଷ ହୋଇଯିବ । ଗରଦପୁର ବ୍ଲକ୍ ହେଡ଼ କ୍ୱାର୍ଟରରୁ ଏହି ବ୍ରିଜ ଓ ନଦୀ ବନ୍ଧ ରାସ୍ତା ଦେଇ କେନ୍ଦ୍ରାପଡ଼ାକୁ ସିଧା ସଳଖ ରାସ୍ତା ଖୋଲିଯିବ । ସେହି ଦୃଷ୍ଟିକୋଣରୁ ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତାର ସୁଦୃଢ଼ୀକରଣ ର ଆବଶ୍ୟକତା ରହିଛି । ତେଣୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ତରଫରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.