Tuesday , October 3 2023
Breaking News
Home / ବିଶେଷ / ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି

ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି

ଭୁବନ,୨୮/୦୫/୨୦୨୨( ଓଡ଼ିଶା ସମାଚାର )- ଭୁବନ ଏନଏସି ଅନ୍ତର୍ଗତ ବେଠିଆପାଳ ମୌଜା ୨ ନମ୍ବର ୱାର୍ଡରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରିରେ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଓ ପଇସା ଚୋରି ହୋଇଥିବା ସଂପର୍କରେ ଭୁବନ ଥାନାରେ ଅଭିଯୋଗ ହୋଇଛି ।  ମଦ ଦୋକାନ ସେଲ୍ସ ମ୍ୟାନ କ୍ଷେତ୍ରମୋହନ ପାତ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ,ଆଜି ସକାଳ  ୬ ଘଟିକା ସମୟରେ ଖବର ପାଇ ସେ ମଦ ଦୋକାନକୁ ଯାଇ   ତାଙ୍କ ଦୋକାନ ସଟର ଭଙ୍ଗାଯାଇଥିବା ଦେଖିବା ପରେ ସେ ସେଙ୍ଗ ସେଙ୍ଗ ଭୁବନ ଥାନା ଓ କାମାକ୍ଷାନଗର ଅବକାରୀ ବିଭାଗକୁ ସୂଚନା ଦେଇଥିଲେ । ଭୁବନ ଥାନାଧିକାରୀ  ପ୍ରଶାନ୍ତ କୁମାର ପାତ୍ର ,ଢେଙ୍କାନାଳ ସାଇଣି୍ଟଫିକ ଟିମ୍ ଘଟଣାସ୍ଥଳକୁ ଆସିଲା ପରେ ଆଇଆଇସି ଙ୍କ ନିର୍ଦ୍ଧେଶରେ ସେ ଦୋକାନ ଭିତରେ ପ୍ରବେଶ କରିଥିଲେ । ର୍ୟାକ ଏବଂ କ୍ୟାସ ବାକ୍ସ ଖାଲି ପଡିଥିବା ଦେଖିବାକୁ ପାଇଥିଲେ । ଆନୁମାନିକ ୮ ଲକ୍ଷ ଟଙ୍କାର ମଦ ଓ କ୍ୟାସ ବାକ୍ସରେ ଥିବା ୫ ଲକ୍ଷ ଟଙ୍କା  ଚୋରି ହୋଇଥିବା ଜଣାପଡିଥିଲା । ସୂଚନାଯୋଗ୍ୟ ଯେ,ଗତ ୨୦୨୦ ଅଗଷ୍ଟ ୩ ତାରିଖ ରାତି ଉକ୍ତ ମଦ ଦୋକାନରୁ ଲକ୍ଷାଧିକ ଟଙ୍କାର ମଦ ଚୋରି ହୋଇଥିଲା । ଦୁର୍ବୃତ ମାନେ ଖୁବ ଶୀଘ୍ର ଧରାପଡିବେ ଓ ନାଇଟ ପେଟ୍ରୋଲିଂ କୁ କଡାକଡି କରାଯିବବୋଲି ଭୁବନ ଥାନାଧିକାରୀ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *