Saturday , April 1 2023
Breaking News
Home / ବିଶେଷ / ଜଗତପୁର ରେ ପୁଣି ନକଲି ମୃଦୁ ପାନୀୟ କାରଖାନା ଜବତ

ଜଗତପୁର ରେ ପୁଣି ନକଲି ମୃଦୁ ପାନୀୟ କାରଖାନା ଜବତ

ଜଗତପୁର/ କଟକ,୨୮/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା/ ଦେବାଶିଷ ରଥ )- ପୁଣି କଟକ ଜିଲ୍ଲା ଜଗତପୁର ରେ ନକଲିଜିନିଷ କାରବାର ଧରାପଡିଛି । ଏକ ଭେଜାଲ  କୋଲଡ୍ରିଂକ୍ସ ଓ ମୃଦୁ ପାନୀୟ  ପ୍ରସ୍ତୁତ କାରଖାନା  ଠାବ ହୋଇଛି।  ଜଗତପୁର ଥାନାପୋଲିସ  ଏବଂ ସିଏମସି ଏନଫୋର୍ସମେଣ୍ଟ୍ ଟିମ ର ମିଳିତ  ସହଯୋଗରେ ହୋଇଛି ଏହି ଚଢ଼ାଉ କରାଯାଇଥିଲା।  ଜଗତପୁର  ଥାନା ଠାରୁ ଅଳ୍ପଦୂରରେ ବେଆଇନ୍ ଭାବେ ଚାଲୁଥିବା ଏକ ନକଲି ଥଣ୍ଡା କାରଖାନା, ଯାହାକି,  ଆଗରେ ହୋଟେଲ ଏବଂ ପଛପଟେ ଚାଲିଥିଲା ନକଲି ଥଣ୍ଡା କମ୍ପାନୀ । ଶୁକ୍ରବାର  ଜଗତପୁର ଥାନା  ଅଧିକାରୀ ଓ  ଜୋନ୍-୫ ଏ ସି ପି ଶୁଭ ନାରାୟଣ ମୁଦୁଲି ଙ୍କ ସହ ସିଏମସି ର ଏନଫୋର୍ସମେଣ୍ଟ୍ ସ୍କ୍।ର୍ଡ୍ ମିଳିତ   ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ଆଗରୁ ପ୍ରସ୍ତୁତ ବିପୁଳ ପରିମାଣର ନକଲି ଥଣ୍ଡାପାନୀୟ  କୁ ଜବତ କରିଛି ଜଗତପୁର ଥାନା ପୋଲିସ । ମାଲିକ କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ କଟକ ରୁ ନକଲି ଘିଅ, ଚା ପତି ,ଟମାଟୋ ଚିଲି ସସ୍ ,ସିମେଣ୍ଟ କୁ ଜବତ କରିଥିଲା କଟକ ପୋଲିସ। ଏବେ ନକଲି ଥଣ୍ଡା କମ୍ପାନୀ ଠାବ ହେବା ପରେ କଟକ ସହର ରେ  ଦିନକୁ ଦିନ  ନକଲି ସାମଗ୍ରୀ କାରଖାନା ସଂଖ୍ୟା ବଢ଼ୁଥିବା ନେଇ ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଓଡିଶା ସମାଚାର

ପୁଣି କଟକ ଜିଲ୍ଲା ଜଗତପୁର ରେ ନକଲିଜିନିଷ କାରବାର ଧରାପଡିଛି । ଏକ ଭେଜାଲ କୋଲଡ୍ରିଂକ୍ସ ଓ ମୃଦୁ ପାନୀୟ ପ୍ରସ୍ତୁତ କାରଖାନା ଠାବ ହୋଇଛି। ଜଗତପୁର ଥାନାପୋଲିସ ଏବଂ ସିଏମସି ଏନଫୋର୍ସମେଣ୍ଟ୍ ଟିମ ର ମିଳିତ ସହଯୋଗରେ ହୋଇଛି ଏହି ଚଢ଼ାଉ କରାଯାଇଥିଲା। ଜଗତପୁର ଥାନା ଠାରୁ ଅଳ୍ପଦୂରରେ ବେଆଇନ୍ ଭାବେ ଚାଲୁଥିବା ଏକ ନକଲି ଥଣ୍ଡା କାରଖାନା, ଯାହାକି, ଆଗରେ ହୋଟେଲ ଏବଂ ପଛପଟେ ଚାଲିଥିଲା ନକଲି ଥଣ୍ଡା କମ୍ପାନୀ । ଶୁକ୍ରବାର ଜଗତପୁର ଥାନା ଅଧିକାରୀ ଓ ଜୋନ୍-୫ ଏ ସି ପି ଶୁଭ ନାରାୟଣ ମୁଦୁଲି ଙ୍କ ସହ ସିଏମସି ର ଏନଫୋର୍ସମେଣ୍ଟ୍ ସ୍କ୍।ର୍ଡ୍ ମିଳିତ ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ଆଗରୁ ପ୍ରସ୍ତୁତ ବିପୁଳ ପରିମାଣର ନକଲି ଥଣ୍ଡାପାନୀୟ କୁ ଜବତ କରିଛି ଜଗତପୁର ଥାନା ପୋଲିସ । ମାଲିକ କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ କଟକ ରୁ ନକଲି ଘିଅ, ଚା ପତି ,ଟମାଟୋ ଚିଲି ସସ୍ ,ସିମେଣ୍ଟ କୁ ଜବତ କରିଥିଲା କଟକ ପୋଲିସ। ଏବେ ନକଲି ଥଣ୍ଡା କମ୍ପାନୀ ଠାବ ହେବା ପରେ କଟକ ସହର ରେ ଦିନକୁ ଦିନ ନକଲି ସାମଗ୍ରୀ କାରଖାନା ସଂଖ୍ୟା ବଢ଼ୁଥିବା ନେଇ ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଓଡିଶା ସମାଚାର

Leave a Reply

Your email address will not be published.