କଳାହାଣ୍ଡି ,୨୮/୦୫/୨୨ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ମାଫିଆ ମାନେ ସକ୍ରିୟ ହେଉଥିବା ବେଳେ ଜୟପାଟଣା ପୋଲିସ କୁ ବଡ଼ ସଫଳତା ମିଳିଛି। କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଲାଶ ଜି ଙ୍କ ନେତୃତ୍ୱ ରେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ଙ୍କ ସହ ଏକ ଟିମ୍ ଗଠନ କରି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସି ପୋଲିସ,୧୦ଜଣ କୁ ଗିରଫ କରିଛି। ଜୟପାଟଣା ଥାନା ପ୍ରତାପପୁର କେନାଲ ରାସ୍ତା ଦେଇ ଗଞ୍ଜେଇ ଚାଲାଣ କରୁଥିବାବେଳେ ଜୟପାଟଣା ପୋଲିସ ଟିମ ଚଢ଼ାଉ କରି ୪କୁଇଣ୍ଟାଲ ୨୭କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ବୋଲେରୋ ପିକପ ଓଡ଼ି ୦୮ଏଲ ୬୨୨୬ , ବୋଲେରୋ ଏସ ଏଲ ଇ, ଓଡ଼ି ୩୩ ଏଏ ୨୦୨୭ ଗୋଟିଏ ହିରୋ ଗ୍ଲାମର ବାଇକ ଓଡ଼ି ୦୮ ଜି ୪୧୧୮, ୫ଟି ମୋବାଇଲ,୧୧ହଜାର ୫୬୦ ନଗଦ ଟଙ୍କା ଜବତ କରିଛି। ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ଜୁନାଗଡ କାଉନସିଲର ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଡଣ୍ଡସେନା ଥିବା ବେଲେ ବାକି କୋକସରା ଥାନା ଅଞ୍ଚଳର। ଗଞ୍ଜେଇ କୋରାପୁଟ ଜିଲ୍ଲା ରୁ କଳାହାଣ୍ଡି ଆସିଥିବା ପୋଲିସ ପକ୍ଷରୁ ସୁଚନା। ଚଢ଼ାଉ ରେ ଏସଆଇ ବିନୟ ଵାରା, ଲିଙ୍ଗରାଜ ସେଠି,ଏଏସଆଇ ତ୍ରିସେନ୍ଦ୍ର ପାତ୍ର, ନିତିନ ଚତୁର୍ବେଦୀ ସହ ପୋଲିସ ଫୋର୍ସ ସାମିଲ ଥିଲେ।ହୋମଗାର୍ଡ ଡ୍ରାଇଭର ପବିତ୍ର ନାଏକ ଉପସ୍ଥିତ ରହି ବୁଦ୍ଧି ବଳରେ ଗାଡି କୁ ଅଟକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ଓଡିଶା ସମାଚାର