ଭୁବନେଶ୍ୱର , ୨୮/୦୫/୨୦୨୨( ଓଡ଼ିଶା ସମାଚାର )- ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଗସ୍ତ ରେ ଆସିଛନ୍ତି । ଗତ କୋଭିଡ଼ ସମୟରେ ସେ ଓଡିଶାର ଶତାଧିକ ଛାତ୍ରଙ୍କୁ ଜନ୍ମ ମାଟିକୁ ଫେରିବା ରେ ସାହାଯ୍ୟ କରିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋନୁ ସୁଦ୍ ଙ୍କୁ ପ୍ରସଂଶା କରିଥିଲେ । ଏବେ ତାଙ୍କର ଓଡ଼ିଶା ଗସ୍ତ ଅବସରରେ ନବୀନ ନିବାସରେ ପହଂଚି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ସୋନୁସୁଦ୍ ଙ୍କୁ ଧନ୍ୟବାଦ ଜଣାଇଥିଲେ । ସୋନୁ ସୁଦ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମଧ୍ୟ ଖୁସି ପ୍ରକଟ କରିଛନ୍ତି । ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଭି କାର୍ତିକେୟନ ପାଣ୍ଡିଆନ୍ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର