Saturday , March 25 2023
Breaking News
Home / ବିଶେଷ / ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର

ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )-  ADIP ଓ  RVY  ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ ରେ ଆସନ୍ତା ଜୁନ୍ ୪ ତାରିଖ ସକାଳ ସାଢ଼େ ୭ ଟାରୁ ସମାପ୍ତ ପର୍ଯ୍ୟନ୍ତ ନଇନ୍ଦିପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବ । ଯେଉଁ ଭିନ୍ନକ୍ଷମ / ବରିଷ୍ଠ ନାଗରିକମାନେ ୩ ବର୍ଷ ମଧ୍ୟରେ ୩ ଚକିଆ ସାଇକେଲ, ହୁଇଲ ଚେୟାର,ଆଶା ବାଡ଼ି, ଚାଲିବା ବାଡ଼ି,ରୋଲେଟର,ସିପି ଚେୟାର,କମୋଡ଼ ଚେୟାର,ଚଷମା , ହିଅରିଂ ଏଡ଼ , କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଆଦି ପାଇନଥିବେ ସେମାନେ ପୂର୍ବରୁ ଜନସେବା କେନ୍ଦ୍ର ଜରିଆରେ ଅନଲାଇନ୍ ରେ ଦରଖାସ୍ତ କରିବାକୁ ବ୍ଲକ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ପୂର୍ବରୁ ଅନଲାଇନ୍ ରେ ଦରଖାସ୍ତ କରିଥିବେ କେବଳ ସେହିମାନେ ସମସ୍ତ ପ୍ରମାଣ ପତ୍ର ସାଙ୍ଗରେ ନେଇ ଶିବିରରେ ଯୋଗ ଦେଇପାରିବେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.