ଭୁବନେଶ୍ୱର ,୨୭/୦୫/୨୦୨୨( ଓଡ଼ିଶା ସମାଚାର )- ନନ୍ଦନକାନନକୁ ଆସୁଥିବା ପର୍ୟ୍ୟଟକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତିନିମହଲା ବିଶିଷ୍ଟ ବହୁତଳ କାର ପାର୍କିଂର ଲୋକାର୍ପଣ କରିଛନ୍ତି। ପାର୍କିଂ ନିକଟରେ ପର୍ୟ୍ୟଟକଙ୍କ ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ ପରି ବ୍ୟାପକ ବ୍ୟବସ୍ଥା କରାଯାଇଛି।
ବହୁତଳ କାର ପାର୍କିଂରେ ଏକକାଳୀନ ୫୮୩ଟି ଚାରିଚକିଆ ଯାନ ସମେତ ୨୦୦୦ଟି ଦୁଇଚକିଆ ଯାନ ରହିବା ଭଳି ସୁବିଧା ରହିଛି। ଏହା ଦ୍ୱାରା ଯାନବାହନ ଭିଡ଼ କମିବା ସହ ଟ୍ରାଫିକ୍ ସମସ୍ୟାର ମଧ୍ୟ ସମାଧାନ ହେବ। ଏଥିସହ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ସରକାର ୨୦ ବର୍ଷିଆ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଓଡ଼ିଶା ସମାଚାର