ରଘୁନାଥପୁର ,୨୭/୦୫/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକର ଏକମାତ୍ର ସଂରକ୍ଷିତ ଧଳତଙ୍ଗଗଡ ଜଙ୍ଗଲରେ ଯାହାର ପରିଧି ୨୭୯ ହେକ୍ଟର । ଏହି ଜଙ୍ଗଲ ମଧ୍ୟରେ ହଜାର ହଜାର ହରିଣ ରହିଥାନ୍ତି, ଅନେକ ଔଷଧ ଓ ମୂଲ୍ୟବାନ ଗଛ ରହିଛି ।ଏହାକୁ ସୁରକ୍ଷା ଦେବାରେ ଜଙ୍ଗଲ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଓଡିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ଧଳତଙ୍ଗଗଡ ଜଙ୍ଗଲର ସୁରକ୍ଷା ପ୍ରତି କୌଣସ ଧ୍ୟାନ ଦିଆଯାଉନଥିବା ଦେଖିବାକୁ ମିଳିଛି । ଏହାର ଜ୍ୱଳନ୍ତ ଉଦାହରଣ ଆଜି ଧଳତଙ୍ଗଗଡ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ଅନେକ ଗଛ ଲତା ପୋଡି ପାଉଁଶ ହୋଇଯାଇଛି । ଜଙ୍ଗଲରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକମାନେ ତିର୍ତୋଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ତିର୍ତୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ନିଆଁ ଲିଭାଇବାକୁ ଗଲାବେଳେ ଧଳତଙ୍ଗଗଡ ଜଙ୍ଗଲ ରାସ୍ତାରେ ଗାଡିଟି ଖରାପ ହୋଇଯିବା ସହିତ ଗାଡିର ପାଣିଟାଙ୍କି ଫାଟିଯିବାରୁ ଟାଙ୍କିରେ ଥିବା ପାଣି ରେ ରାସ୍ତା ଘାଟରେ ବୁଡି ଯାଇଥିଲା । ନିଆଁ ଲିଭାଇବା ପରିବର୍ତେ ଅଗ୍ନିଶମ ଗାଡି ଫେରି୍ୟାଇଥିଲା । ଏହି ଗାଡିଟି ଧଳତଙ୍ଗଗଡ ଜଙ୍ଗଲରେ ପହଂଚି ପାରିନଥିଲା । ଫଳରେ ଏହି ଜଙ୍ଗଲରେ ନିଆଁଲାଗି ଅନେକ ଗଛ, ଲତା, ବାଉଁଶ ବଣ ସବୁ ଜଳିଯାଇଥିଲା । ସ୍ଥାନୀୟ ଲୋକେ, ଜଙ୍ଗଲ ବିଭାଗ କର୍ମଚାରୀମାନେ ପହଂଚି ଏହି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବହୁ କଷ୍ଟରେ ଦୀର୍ଘ ଘଂଟା ପରେ ନିଆଁକୁ ଆୟତ କରିଥିଲେ । ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବାକୁ ସେପରି ବ୍ୟବସ୍ଥା କରାଯାଇନାହିଁ । ଅନ୍ୟପକ୍ଷରେ ତିର୍ତୋଲ ଅଗ୍ନିଶମ ବାହିନୀର ଏକ ବହୁ ବର୍ଷର ପୁରୁଣା ଗାଡି ହୋଇଥିବାରୁ ଏହି ଗାଡିଟି ଅଗ୍ନିକାଣ୍ଡ ସ୍ଥଳରେ ପହଂଚିବା ପୂର୍ବରୁ ଅଧା ବାଟରେ ଖରାପ ହୋଇଯାଉଛି । ଏହିପରି ଯଦି ଅଗ୍ନିଶମ ବାହିନୀ ଗାଡି ଅଧାବାଟରେ ଖରାପ ହୁଏ ତେବେ ଏଅଂଚଳରେ ଅଗ୍ନିକାଣ୍ଡରେ ବହୁ ସମ୍ପତି ପୋଡି ପାଉଁଶ ହୋଇଯିବ, ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଲିଭାଇ ପାରିବନାହିଁ । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ତିର୍ତୋଲ ଅଗ୍ନିଶମ ବାହିନୀର ଥିବା ପୁରୁଣା ଗାଡି ସ୍ଥାନରେ ନୂତନ ଗାଡି ଯୋଗାଇଦେବାକୁ ତିର୍ତୋଲ ଅଂଚଳବାସୀ ଦାବି କରିଛନ୍ତି ।
ଅଗ୍ନିକାଣ୍ଡ ସମ୍ପର୍କରେ ଜଗତସିଂହପୁର ରେଞ୍ଜର ରବିନ୍ଦ୍ର କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହନ୍ତି କୌଣସି ବ୍ୟକ୍ତି ସିଗାରେଟ୍ ଟାଣି ଫୋପାଡି ଦେଇଥିବାରୁ ଏହି ସିଗାରେଟ୍ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଜଙ୍ଗଲର ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଚତୁଃପାଶ୍ୱର୍ରେ କର୍ମଚାରୀମାନେ ନିୟୋଜିତ ରହିବା ପାଇଁ ସ୍ଥାନୀୟ ଅଂଚଳରୁ ଇଂ ବାବାଜୀ ଜେନା, ତଅଁରା ସମିତି ସଭ୍ୟା ଶାନ୍ତିଲତା ଦ୍ୱବେଦୀ, କୃଷ୍ଣପ୍ରିୟା ବିଶ୍ୱାଳ, ରେଢୁଆ ସରପଂଚ କିଶୋର ଚନ୍ଦ୍ର ବେହେରା, ନୀରାକାର ଖୁଂଟିଆ, ରାଜ କିଶୋର ସାହୁ, ରହିମ ଖାଁ, ସାଗରିକା ତରାଇ, ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ଦାସ, ପ୍ରଭାକର ମଲିକ, ଛପଡ଼ା ସମିତି ସଭ୍ୟ ରଂଜନ କୁମାର ସ୍ୱାଇଁ, ବିଦ୍ୟାଧରପୁର ସରପଂଚ ସାହେଦା ତବସୁମ ପୁରଣ ଓଡ଼ପଡ଼ା ସରପଂଚ ଶିବରାମ ସାହୁ, ଧରାଧରପୁର ସରପଂଚ ନଳିନୀ ପ୍ରଭା ମୁଦୁଲୀ , ବରାଗୋଳ ସରପଂଚ ଜୟନ୍ତୀ ଦାସ, ରଘୁନାଥପୁର ସରପଂଚ ସୁଚିତ୍ରା ପଣ୍ଡା, ସାଦେଇପୁର ସରପଂଚ ପ୍ରଭାସିନୀ ପ୍ରଧାନ, ରାଢ଼ଙ୍ଗ ସରପଂଚ ସୁସିଳ କୁମାର ବାରିକ ପ୍ରମୁଖ ରାଜ୍ୟସରକାର ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର