କଳାହାଣ୍ଡି ,୨୭/୦୫/୨୨ ,(ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଦିନ କୁ ଦିନ ଦାଦନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ଦିନ ତଳେ ଜଣେ ଦାଦନ ଶ୍ରମିକ ଙ୍କ ମୃତ ଦେହ ଗାଁ କୁ ଫେରିଥିବା ବେଳେ ମାସ ନ ପୁରୁଣୁ ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ ଦେହ ଗାଁ କୁ ଫେରିଛି । ତାହା ପୁଣି ଜଣେ ନବମ ଶ୍ରେଣୀ ର ଛାତ୍ର ର ମୃତ ଦେହ ।କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ର ପିପଲଝାପର ଗ୍ରାମ ର ଦୁର୍ୟୋଧନ ବିଷି ଙ୍କ ପୁଅ ସୋମନାଥ ବିଷି, ବୟସ ୧୪ ବର୍ଷ, ସେ ଗୋତମୁଣ୍ଡା ଉଚ୍ଚ ପ୍ରଥମିକ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ପାଠପଢ଼ୁଥିଲା।ଗତ ୬ ମାସ ତଳେ ନିଜ ବାପା ସହ ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ ।ସେଠାରେ କାମ କରିବା ସମୟରେ ମଙ୍ଗଳବାର ଦିନ ସଂଧ୍ୟା ରେ ବିଦ୍ୟୂତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହେବା ଫଳରେ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ଗାଁ କୁ ପହଞ୍ଚିଛି। ଗାଁ କୁ ଶବ ପହଞ୍ଚିବା ପରେ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ,ରାଜ୍ୟ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଭୁଷୁଡି ପଡ଼ିଥିବା ବେଳେ ଛାତ୍ର ଛାତ୍ରୀ ମାନେ ମଧ୍ୟ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି। କରୋନା ସମୟରେ ସ୍କୁଲ ବନ୍ଦ କରି କାମ ସାରି ଦେଇଥିଲେ ସରକାର। କିନ୍ତୁ ଗାଁ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ସରକାରଙ୍କ ର କୌଣସି ଦୃଷ୍ଟି ନ ଥିଲା ।ଯାହା ଫଳରେ ଆଜି ଅନେକ ସ୍ଥାନରେ ଛାତ୍ର ଛାତ୍ରୀ ମାନେ ଦାଦନ ମୁହାଁ ହୋଇଥିଲେ, ଏହା ହେଉଛି ତାହାର ଏକ ଜ୍ଵଳନ୍ତ ଉଦାହରଣ । ବର୍ତ୍ତମାନଏହି ପରିପ୍ରେକ୍ଷୀରେ ଜିଲ୍ଲା ଶ୍ରମ ବିଭାଗ ଓ ପ୍ରଶାସନ ଆଗକୁ ଏହି ପରିବାର ପ୍ରତି କଣ ଅନୁକମ୍ପା ଦେଖାଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା। ଓଡିଶା ସମାଚାର