କଟକ ସଦର, ୨୭/୦୫/୨୦୨୨( ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା): କଟକ ଆଚାର୍ଯ୍ୟ ହରିହର ସ୍ନାତ୍ତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ନିକଟରେ ସଜ୍ୟା ସଂଖ୍ୟା ୨୮୧ ରୁ ୫୦୨ କୁ ବୃଦ୍ଧି କରାଯାଇଥିବା ବେଳେ ଏଵେ ଆବଶ୍ୟକତା ଦୃଷ୍ଟିରୁ ଖୋଲିଛି ୪ ନୂତନ ବିଭାଗ। ନୂତନ ବିଭାଗ ବିଭାଗ ଗୁଡିକ ହେଲା ଗ୍ୟାଷ୍ଟ୍ରୋଏଣ୍ଡେରୋଲୋଜି, ପ୍ଲାଷ୍ଟିକ ଆଣ୍ଡ ରିକନଷ୍ଟ୍ରକ୍ଟିଭ ସର୍ଜରୀ,ପାଲିଏଟିଭ୍ ମେଡ଼ିସିନ ଆଣ୍ଡ ୟୁରୋ ଅଙ୍କୋଲୋଜି।ଏହି ଵିଭାଗ ଖୋଲିଵା ଦ୍ୱାରା କ୍ୟାନ୍ସର ରୋଗୀଙ୍କ ନିମନ୍ତେ ଚିକିତ୍ସା ସୁବିଧା ଆହୁରି ସହଜ ସାଧ୍ୟ ହେଵ ଏବଂ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରତିଷ୍ଠାନର ନିର୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ କହିଛନ୍ତି। ଆଚାର୍ଯ୍ୟ ହରିହରରେ ଚିକିତ୍ସିତ ହେଉଥିବା ଏହି ବିଭାଗ ର ରୋଗୀସଵୁ ପୂର୍ବରୁ ପରୀକ୍ଷା ନିରୀକ୍ଷା ପାଇଁ ଏସସିଵି ମେଡିକାଲ ଉପରେ ନିର୍ଭର କରୁଥିଲେ।ହେଲେ ଏଣିକି ଆଉ ଏହି ସମସ୍ୟା ଏଠାରେ ରହିଵ ନାହିଁ। ଏହିଠାରେ ହିଁ ଏସଵୁ ରୋଗର ପରୀକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରାଯିଵାକୁ ବ୍ୟବସ୍ଥା ହୋଇଛି। ସେହିପରି ଏଠାରେ ଆବଶ୍ୟକତାକୁ ଗୁରୁତ୍ଵ ଦିଆଯାଇ ଗଛ ମୂଳେ ଖୋଲା ଆକାଶତଳେ ପଡିରହୁଥିଵା ରୋଗୀ ଓ ସମ୍ପର୍କୀୟମାନଙ୍କ ପାଇଁ ତିନୋଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଓଡ଼ିଶା ସମାଚାର