Wednesday , July 6 2022
Breaking News
Home / ତାଜା ଖବର / ଅଟୋବାଇକ ମୁଁହାମୁଁହିଁ ଧକା : ୬ ଜଣ ଗୁରୁତର ଆହତ

ଅଟୋବାଇକ ମୁଁହାମୁଁହିଁ ଧକା : ୬ ଜଣ ଗୁରୁତର ଆହତ

ନିଶ୍ଚିନ୍ତକୋଇଲି, ୨୭/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ଆଜି ଅପରାହ୍ନ ରେ ଜନାର୍ଦ୍ଦନ ପୁର ପଞ୍ଚାୟତ  ମାରଡା ନିକଟରେ ଚିତ୍ରୋତ୍ପଳା ନଦୀବନ୍ଧ ରେ ବାଇକ ଓ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୬ ଜଣ ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁଯାଇ ବାଇକ ରେ ସ୍ୱାମୀ ସ୍ତ୍ରୀ ଜନାର୍ଦ୍ଦନପୁର ରୁ ଚୌଦ୍ୱାର ଯାଉଥିବା ବେଳେ ବିପରୀତ ଦିଗରୁ ପାସେଞ୍ଜର ନେଇ ଆସୁଥିବା ଅଟୋ ସହ ମୁହାଁ ମୁହିଁ  ଧକ୍କା ହେବା ଯୋଗୁଁ ଭାରସାମ୍ୟ ହରାଇ ଅଟୋଟି ଚିତ୍ରୋତ୍ପଳା କେନାଲ ମଧ୍ୟ କୁ ଓଲଟି ପଡିଥିଲା।ଏହି  ଦୁର୍ଘଟଣା ରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ସାଲେପୁର ଗୋଷ୍ଠିସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଗୁରୁତର ଆହତ ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି  । ଓଡିଶା ସମାଚାର

About admin

Check Also

ଜଳିଗଲା ବସ୍ , ୪ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ …

Leave a Reply

Your email address will not be published. Required fields are marked *