Friday , July 1 2022
Breaking News
Home / ବିଶେଷ / Breaking News of Odisha : କଳାହାଣ୍ଡି ଜିଲ୍ଲାରେ ପୁଣି ମାଓବାଦୀ ବର୍ବର କାଣ୍ଡ,ଜାଳିଦେଲେ ଗୋଟିଏ ଜେସିବି,ଟିପର ସହ ଦୁଇ ଟ୍ରାକ୍ଟର 

Breaking News of Odisha : କଳାହାଣ୍ଡି ଜିଲ୍ଲାରେ ପୁଣି ମାଓବାଦୀ ବର୍ବର କାଣ୍ଡ,ଜାଳିଦେଲେ ଗୋଟିଏ ଜେସିବି,ଟିପର ସହ ଦୁଇ ଟ୍ରାକ୍ଟର 

କଳାହାଣ୍ଡି ,୨୫/୦୫/୨୨ (ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲାରେ କିଛି ଦିନ ହେବ ମାଓବାଦୀଙ୍କ ପୋଷ୍ଟର ସ୍ଥାନେ ସ୍ଥାନେ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀ ଘାଟି  ଠାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ  କାର୍ୟ୍ୟ ଚାଲୁ ରହିଥିଲା  ,ସେଥିରେ ନିୟୋଜିତ  ହୋଇଥିବା  ଟ୍ରାକ୍ଟର, ଟିପର ,  ଜେସିବି ମେସିନ  ଏହିପରି ୪ ଗୋଟି ଗାଡି ପୋଡା ଯାଇଥିବା  ପୋଲିସ ର ସୂଚନା ରହିଛି । ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ଏହି ହିଂସାକାଣ୍ଡ ଘଟାଇ ଥିବା ଜଣାଯାଇଛି  । ଏହା ରାସ୍ତା କାମକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାପକ ପୋଷ୍ଟର ଲଗା ଯାଇଛି। ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଂଚି  ଘଟଣାର ତଦନ୍ତ  ଜାରିରଖିଛି । ୨୦୧୮ ମସିହା ପରେ ମାଓ ସଂଗଠନ ର ଏହା ଏକ ବଡ଼ ହିଂସାକାଣ୍ଡ ବୋଲି ଜଣାଯାଇଛି  । ଓଡିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *