ନିରାକାରପୁର, ୨୬/୦୫/୨୦୨୨( ଓଡ଼ିଶା ସମାଚାର )- କଣ୍ଟେନର ଧାକ୍କା ରେ ସାମ୍ବାଦିକ ତଥା ଆଇନଜୀବୀ ଙ୍କ ମୃତ୍ୟୁ ଘଟିଛି । ଆଙ୍କୁଲା ନିକଟରେ ବାଇକ୍ ଚାଳକ ଉପରେ ଚଢ଼ିଗଲା ଦ୍ରୁତଗାମୀ କଣ୍ଟେନର । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ବାଲୁଗାଁ ଅଂଚଳର ଆଇନଜୀବୀ ତଥା ସାମ୍ବାଦିକ ବିକାଶ ନାୟକ ବୋଲି ଜଣା ପଡିଛି । ବାଲୁଗାଁରୁ ଟାଙ୍ଗୀ ଅଭିମୁଖେ ଯାଇଥିବା ବେଳେ ପୁରୁଣା ଜାତୀୟ ରାଜପଥ ର ଆଙ୍କୁଲା ଛକ ନିକଟରେ ଏକ ମାଲ ବୋଝେଇ କଣ୍ଟେନର ବାଇକ୍ ଚାଳକ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ମୃତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ନିରାକାରପୁର ସାମ୍ବାଦିକ ସଂଘର ସାମ୍ବାଦିକ ମାନେ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର
