Friday , July 1 2022
Breaking News
Home / ବିଶେଷ / ରାଜ୍ୟରେ ବସ୍ ଭଡ଼ା କମିଲା

ରାଜ୍ୟରେ ବସ୍ ଭଡ଼ା କମିଲା

ଭୁବନେଶ୍ବର /କଟକ , ୨୬/୦୫/୨୦୨୨( ଓଡ଼ିଶା ସମାଚାର )- ଡିଜେଲ୍ ଦର କମିବା ପରେ ରାଜ୍ୟରେ ବସ୍ ଭଡ଼ା କମିଲା । ସୂଚନା ଅନୁଯାୟୀ, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୩ ପଇସା ହ୍ରାସ ପାଇଛି। ସେହିପରି ଏସି ବସ୍ ଭଡ଼ା କିଲୋମିଟର ପିଛା ୬ପଇସା କମାଯାଇଛି। ଅର୍ଡିନାରୀ ବସ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି।ଏକ୍ସପ୍ରେସ ବସରେ ୯୬ରୁ ୯୩ ପଇସା, ଡିଲକ୍ସ ବସରେ ଟ ୧.୩୫ରୁ ୧.୨୯କୁ ହ୍ରାସ ପାଇଛି। ସେହିପରି ଏସି ଡିଲକ୍ସ ଭଡା ଟ୧.୩୬ରୁ ୧.୫୭ ପଇସାକୁ ହ୍ରାସ ପାଇଛି। ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସା ହ୍ରାସ ପାଇଛି। ସଂଶୋଧିତ ବସ୍ ଭଡ଼ା ୨୬ତାରିଖରୁ ଲାଗୁ କରିବାକୁ କୁହାଯାଇଛି। ଯାହାଦ୍ୱାରା ଗ୍ରାହକଙ୍କୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି । ଘରୋଇ ବସ୍ ମାଲିକ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ଠାରୁ ଏହି ସୂଚନା ମିଳିଛି। ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *