Friday , July 1 2022
Breaking News
Home / ବିଶେଷ / ଭତା ଅପେକ୍ଷାରେ ରୋଗଗ୍ରସ୍ତ ବାପ ଓ ଝିଅ

ଭତା ଅପେକ୍ଷାରେ ରୋଗଗ୍ରସ୍ତ ବାପ ଓ ଝିଅ

କେନ୍ଦ୍ରାପଡ଼ା, ୨୬/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ଗ୍ରାମର ରୋଗଗ୍ରସ୍ତ ବାପ ଓ ଝିଅ ଦୀର୍ଘଦିନ ହେଲା ଭତା ଅପେକ୍ଷାରେ ଅତ୍ୟନ୍ତ ଦୁର୍ଦ୍ଧିନରେ ଜୀବନ ବିତାଉଥିବା ଅଭିଯୋଗ ହୋଇଛି । ସେହି ଗ୍ରାମର ୬୫ବର୍ଷ ବୟସର ଚନ୍ଦ୍ରମଣି ମଲିକ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଆଣ୍ଠୁଗଣ୍ଠି ଓ ବାତରୋଗରେ ପିଡିତ ଅଛନ୍ତି । ସେହିଭଳି ତାଙ୍କ ଝିଅ ଛବି ମଳିକ (୩୬) ଶ୍ୱାସ ରୋଗରେ ପିଡିତ ହୋଇ ଅବିବାହିତା ଥାଇ ଜୀବନ ନିର୍ବାହ କରୁଛନ୍ତି । ଏହି ପରିବାରଟି ଅତ୍ୟନ୍ତ ଗରିବ ଓ ଦୁସ୍ତ ଭାବେ ଜୀବନ ବିତାଉ ଥିବାବେଳେ ପ୍ରଶାସନ ପକ୍ଷରୁ ଏହି ବାପ ଓ ଝିଅଙ୍କୁ ତୁରନ୍ତ ଭତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଶ୍ରୀଗୁଣ୍ଡିଚାରେ ରଥ…ପଥ…ବ୍ରହ୍ମ ତାଳଧ୍ୱଜ…

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)- ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ …

Leave a Reply

Your email address will not be published. Required fields are marked *