Tuesday , October 3 2023
Breaking News
Home / ବିଶେଷ / ପଲ୍ଲିଶ୍ରୀ କନ୍ୟାଶ୍ରମରେ ଅମିତ୍ ଫାଉଣ୍ଡେସନ ଦ୍ୱାରା ପ୍ରତିଭା ସମ୍ମାନ ସମାରୋହ

ପଲ୍ଲିଶ୍ରୀ କନ୍ୟାଶ୍ରମରେ ଅମିତ୍ ଫାଉଣ୍ଡେସନ ଦ୍ୱାରା ପ୍ରତିଭା ସମ୍ମାନ ସମାରୋହ

ଗରଦପୁର, ୨୬/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ର କୋରୁଆ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲିଶ୍ରୀ ମହିଳା ସମିତି କନ୍ୟାଶ୍ରମରେ ଅମିତ୍ ଫାଉଣ୍ଡେସନ ଦ୍ୱାରା ଚିତ୍ରୋପôଳା ପ୍ରତିଭା ସମ୍ମାନ-୨୦୨୨ ଅନୁଷ୍ଠିତ ହୋଇଯାଇଛି । କନ୍ୟାଶ୍ରମରେ ରହୁଥିବା ଅନ୍ତେବାସିନୀଙ୍କ ପ୍ରତିଭାର ବିକାଶ ପାଇଁ ଫାଉଣ୍ଡେସନ ତରଫରୁ ସଂଗୀତ, ନୃତ୍ୟ ଏବଂ ଡିବେଟ୍ ପ୍ରତିଯୋଗିତା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ରାଜେସ ଦାଶ, ସାରଦା ଦାଶ, ଧିରେନ୍ଦ୍ର ମିଶ୍ର, ରାଜେନ୍ଦ୍ର ଆଚାର୍ଯ୍ୟ, ବିନୋଦ ଦାସ ଏବଂ ଫାଉଣ୍ଡେସନର ପ୍ରତିଷ୍ଠାତା ଉମାକାନ୍ତ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ପ୍ରତିଭା ଦେଖି ଖୁସି ବ୍ୟକ୍ତ କରିଥିଲେ । ବଣର ମଲ୍ଲୀ ବଣରେ ଝଡି ଗଲେ ତାର ବାସ୍ନା କେହି ଉପଭୋଗ କରିପାରନ୍ତି ନାହିଁ । ତେଣୁ କନ୍ୟାଶ୍ରମରେ ରହୁଥିବା ଅନ୍ତେବାସିନୀଙ୍କ ପ୍ରତିଭାକୁ ସେପରି କରିବାକୁ ଦିଆଯିବା ଉଚିତ୍ ନୁହେଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସେମାନଙ୍କ ପ୍ରତିଭାକୁ ସର୍ବ ସମ୍ମୁଖରେ ପ୍ରକାଶ କରିବାକୁ ସେମାନଙ୍କୁ ବିଭିନ୍ନ ମାଧ୍ୟମରେ ସୁଯୋଗ ଦିଆଯିବା ଉଚିତ୍ । ନୃତ୍ୟ ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ କନ୍ୟାଶ୍ରମର ଅନ୍ତେବାସିନୀ ଚଂଚଳା ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଇଛାମୟୀ ରାଉତ ଦ୍ୱିତୀୟ, ସ୍ୱୟଂପ୍ରଭା ତୃତୀୟ ଏବଂ କନିଷ୍ଠ ବିଭାଗରେ ପଦ୍ମାଳୟା ଦାଶ ପ୍ରଥମ,  ଅଲିଭା ଦ୍ୱିତୀୟ, ସୁହାନି ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସଂଗୀତ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ଅନ୍ତେବାସିନୀ ପଦ୍ମାଳୟା ଦାଶ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅଲିଭା ଦ୍ୱିତୀୟ ଏବଂ ଜିନିଆ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଡିବେଟ୍ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ଅନ୍ତେବାସିନୀ କ୍ରିଷ୍ଣା ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଲିସାରାଣୀ ଜେନା ଦ୍ୱିତୀୟ  ଇଛାମୟୀ ରାଉତ ତୃତୀୟ ଏବଂ କନିଷ୍ଠ ବିଭାଗରେ ଇନ୍ଦୁମତୀ ମହାନ୍ତି ପ୍ରଥମ, ପଦ୍ମାଳୟା ଦାଶ ଦ୍ୱିତୀୟ, ଅଲିଭା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ ଅତିଥିମାନେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର କର୍ମକର୍ତା ଜ୍ୟୋତିର୍ମୟୀ ସେଠୀ, ଗାୟତ୍ରୀ ସାହାଣୀ, ଶୁଭଲକ୍ଷ୍ମୀ ସୂତାର, ପଲ୍ଲିଶ୍ରୀ କର୍ମଚାରୀ ଶାନ୍ତିଲତା ସେନାପତି, ସୂର୍ଯ୍ୟମଣି ଭୂୟାଁ, ଲକ୍ଷ୍ମୀପ୍ରିୟା ପରିଡା, ଚିନାରାଣୀ ସାମଲ, ସ୍ୱୟମ ସମ୍ପନ୍ନା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *