ଗରଦପୁର, ୨୬/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ଗ୍ରାମ ପଂଚାୟତର ରସିଲାବାଦ ସ୍ଥିତ ପର୍ଯ୍ୟଟନସ୍ଥଳୀ ତଥା ପ୍ରସିଦ୍ଧ ଶୈବ ପୀଠ ଶ୍ରୀଶ୍ରୀ କାମେଶ୍ୱର ମହାଦେବଙ୍କ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସବ ନିମନ୍ତେ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଶ୍ରୀଶ୍ରୀ କାମେଶ୍ୱର ମହାଦେବ ସେବା ପରିଳନା ଚାରିଟେବୁଲ ଟ୍ରଷ୍ଟର ସଭାପତି ରମେଶ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଦିଲ୍ଲିପ କୁମାର ନାୟକଙ୍କ ସହଯୋଗରେ ଏହି ଉତ୍ସବ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସ୍ଥିର କରାଯାଇଥିଲା । ଚଳିତବର୍ଷ ପହଣା ଗ୍ରାମର ରମେଶ ଚନ୍ଦ୍ର ବିଶ୍ୱାଳ ଶିବଙ୍କ ପିତା ଓ ଉଦୟଗିରି ଗ୍ରାମର ହେମନ୍ତ କୁମାର ପରିଡା କନ୍ୟା ପିତା ଭାବେ କାର୍ଯ୍ୟ ସଂପାଦନ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ନଗର ପରିକ୍ରମାରେ ବର ଓ କନ୍ୟା ବିଜେସ୍ଥଳୀରୁ ବାହାରି ଜିରାଳ, ପହଣା, ପନ୍ଦିଆ, ରସିଲାବାଦ, ତିକନପୁର, ବେହୁଳ, ନଡିଆବରାଇ, ଓଉପଡା, ଡାହାଳପୁର, ଉଦୟଗିରି, ଅଟାବୁହା, କଉଡିଆବରାଇ, ପୁନ୍ଦାଳ ଦେଇ ପୁନଃ ପୀଠସ୍ଥଳୀରେ ପହଂଚିବ । ଏହି ନଗର ପରିକ୍ରମା ସମୟରେ ସଂକୀର୍ତନ ମଣ୍ଡଳୀ ସହ ବ୍ୟାଣ୍ଡ ପାର୍ଟି, ଘଂଟୁଆ, ବାଣ ରୋଷଣୀ କରାଯିବ ବୋଲି ସ୍ଥିର କରାଯାଇଥିବାବେଳେ ସ୍ଥାନୀୟ ଅଂଚଳର ଭକ୍ତମାନେ ଏଥିରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଏପରିକି ନଗର ପରିକ୍ରମା ସମୟରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଦହି ସର୍ବତ, ଲେମ୍ବୁ ପାଣି ଏବଂ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ କମିଟି ସଭ୍ୟ ବିଜୟ କୁମାର ମାହାଳି, ବିଭୂପ୍ରସାଦ ପରିଡା, ରମାକାନ୍ତ ମାହାଳି, ଦେବେନ୍ଦ୍ର ମାହାଳି, ରଂଜନ ମାହାଳି, ଅମର ମାହାଳି, ଜ୍ଞାନରଂଜନ ମୁଦୁଲି, ନୃସିଂହ ମୁଦୁଲି, ଗଣେଶ୍ୱର ବେହେରା, ବେଣୁଧର ବିଶ୍ୱାଳ, ସରୋଜକାନ୍ତ ବିଶ୍ୱାଳ, ଜଟାଧାରୀ ବେହେରା, ପ୍ରଭାତ ମହାନ୍ତି, ପୂଣ୍ଣାନନ୍ଦ ନାୟକ, ଦିପକ ବେଉା, ରାଜକିଶୋର ମିଶ୍ର, ତପନ ବାରିକ, ଖଗେଶ୍ୱର ପରିଡା, ପ୍ରତାପ ମୁଦୁଲି, ଶିବପ୍ରସାଦ ମୁଦୁଲି, ଦିଲିପ ପରିଡା, ସର୍ବେଶ୍ୱର ପରିଡା, ଦୁର୍ଯେ୍ୟାଧନ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର