Monday , October 2 2023
Breaking News
Home / ବିଶେଷ / ଠାକୁରଙ୍କ ସାମଗ୍ରୀ ଚୋରୀ

ଠାକୁରଙ୍କ ସାମଗ୍ରୀ ଚୋରୀ

ଗରଦପୁର, ୨୬/୦୫/୨୦୨୨( ଓଡ଼ିଶା ସମାଚାର )- ପାଟକୁରା ଥାନା ଅନ୍ତର୍ଗତ ନାଗଣପୁର ଗ୍ରାମରୁ ଚନ୍ଦନ ମହାନ୍ତିଙ୍କ ବାସ ଗୃହରେ ଥିବା ଠାକୁରଙ୍କ ସାମଗ୍ରୀ ଗୁଡ଼ିକ ଚୋରୀ ହୋଇ ଯାଇଛି । ଚନ୍ଦନ ମହାନ୍ତି ସପରିବାର ବାହାରେ ରହନ୍ତିନାଗଣପୁରସ୍ଥିତ ଏକ ଘରେ ତାଙ୍କ କୋଠ ଠାକୁରଙ୍କ ସାମଗ୍ରୀମାନ ରହିଥିଲା । ଗ୍ରାମକୁ ଆସିଥିବା ସମୟରେ ଗତ ୨୨ ତାରିଖରେ ଘର ଭିତରେ ଥିବା ଠାକୁରଙ୍କ ସାମଗ୍ରୀ ଚୋରୀ ହୋଇଥିବା ଚନ୍ଦନ ଦେଖିବାକୁ ପାଇଥିଲେ । ଠାକୁରଙ୍କର ଦୀର୍ଘ ବର୍ଷର ପୁରୁଣା ପିତଳ ହଣ୍ଡା ୨ ଟା, ଛୋଟ ପିତଳ ହଣ୍ଡା ୨ ଟା, କଡ଼େଇ ୩ ଟା, କୁଣ୍ଡ ୪ ଟା , ପିତଳ ଗରା ୮ ଟା, ବାଲଟି ୧୦ ଟା ଓ ଅନ୍ୟାନ୍ୟ ସାମଗ୍ରୀ ଏହିପରି ମୋଟ ବର୍ତମାନର ବଜାର ଦର ଅନୁସାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ପାଟକୁରା ଥାନାରେ ଚନ୍ଦନ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ସାିଠଟିଫିକ୍ ଟିମ ସହିତ ପହଂଚି ଅନୁସନ୍ଧାନ ଚଳାଇବା ସହିତ ସମ୍ପୃକ୍ତ ଚୋରଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ପୋଲିସ ପ୍ରକାଶ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *