ରଘୁନାଥପୁର, ୨୬/୦୫/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ସଭା ଗୃହରେ ଗ୍ରାମ୍ୟ ଜଳ ଓ ପରିମଳ ନିମନ୍ତେ ପଂଚାୟତ ସମିତି ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଡ଼ିଓ ଜିତେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ୍ ଅଧ୍ୟକ୍ଷା ଶ୍ରମତୀ ଲକ୍ଷ୍ମୀ ବେହେରା, ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଜିଲା ସାନିଟେସନ୍ କୋ ଅର୍ଡ଼ିନେଟର ତପସ୍ୱିନୀ ଚୌଧୁରୀ, ବ୍ଲକ୍ ସହକାରୀ ଯନ୍ତ୍ରୀ ଅମିୟଚାନ୍ଦ ମଲିକ୍, ଏବିଡ଼ିଓ ଅଶୋକ କୁମାର ମହାନ୍ତି , ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଦିପାଲିକା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପଂଚାୟତର ପାନୀୟ ଜଳ ସମସ୍ୟା ଉପରେ ଆଲୋଚନା କରିଥିଲେ । ଗ୍ରୀଷ୍ମ ଲହରି ଜାରି ରହିଥିବାରୁ ପଂଚାୟତର ଅଚଳ ନଳକୂପ ତୁରନ୍ତ ମରାମତି କରିବା ସହିତ ଯେଉଁ ସ୍ଥ୍ାନ ମାନଙ୍କରେ ନୂତନ ନଳକୂପର ଆବଶ୍ୟକ ଅଛି ସେଠାରେ ତୁରନ୍ତ ନୂକୂପ ବସାଇବା ପାଇଁ ବ୍ଲକ୍ ତରଫରୁ ନିର୍ଦ୍ଧେଶ ଦିଆଯାରଇଥିଲା । ମହାନଦୀର ତାରପୁର ଠାରେ ପାନୀୟ ଜଳ ମେଗା ପ୍ରକଳ୍ପ ବିଳମ୍ବ ହେଉଥିବାରୁ ଏଥିରେ ଅନ୍ତର୍ଭୁକ୍ତ ପଂଚାୟତ ଗୁଡ଼ିକରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏହାର ସମାଧାନ କରିବାକୁ ପଂଚାୟତ ପ୍ରତିନିଧିମାନେ ଦାବି କରିଥିହେଲ । ଏହି ବୈଠକରେ ତାରପୁର ସରପଂଚ ସୁଷମା ମଲିକ୍, ବିଦ୍ୟାଧରପୁର ସରପଂଚ ସାହେଦା ତବସୁମ୍ , ସଭ୍ୟ ସାଗରିକା ତରାଇ, ଏରଡ଼ଙ୍ଗା ସରପଂଚ ଧର୍ମାନନ୍ଦ ସେଠୀ, ଚିକିଣିଆ ସମିତି ସଭ୍ୟ ବିଚିତ୍ର କୁମାର ସ୍ୱାଇଁ, ଛପଡ଼ା ସରପଂଚ ପ୍ରତିନିଧି ନୀରାକାର ଖୁଂଟିଆ, ସଭ୍ୟ ରଂଜନ କୁମାର ସ୍ୱାଇଁ, ଗୁଆଳିପୁର ସରପଂଚ ମନୋଜିନୀ ସାହୁ, ତଅଁରା ସରପଂଚ ବଟକୃଷ୍ଣ ନାୟକ, ସାଦେଇପୁର ସରପଂଚ ପ୍ରଭାସିନୀ ପ୍ରଧାନ, ଅଢ଼େଇକୂଳ ସମିତି ସଭ୍ୟା ମିତାଂଜଳୀ ପଣ୍ଡା, ରଘୁନାଥପୁର ସରପଂଚ ସୁଚିତ୍ରା ପଣ୍ଡା, ଧରାଧରପୁର ସରପଂଚ ନଳତିନୀ ପ୍ରଭା ମୁଦୁଲୀ, ଜଗନ୍ନାଥପୁର ସରପଂଚ ଜଗବନ୍ଧୁ ମଲିକ୍ , ପୁରଣ ଓଡ଼ପଡ଼ା ସରପଂଚ ଶିବରାମ ସାହୁ , ବରାଗୋଳ ସରପଂଚ ଜୟନ୍ତୀ ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଅନ୍ୟ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
