Friday , July 1 2022
Breaking News
Home / ବିଶେଷ / ଗରଦପୁର ମିଶନ ଶକ୍ତି ଆର୍ଥିକ ଅଭିବୃଦ୍ଧି କର୍ମଶାଳା

ଗରଦପୁର ମିଶନ ଶକ୍ତି ଆର୍ଥିକ ଅଭିବୃଦ୍ଧି କର୍ମଶାଳା

 ଗରଦପୁର, ୨୬/୦୫/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଟି ର ମହିଳା ମାନଙ୍କୁ ସଶକ୍ତ କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହାଦ୍ୱାରା ସମାଜରେ ମହିଳାମାନେ  ସ୍ୱାବଲମ୍ବୀ ହେବା ସହ  ପରିବାର ପରିଚାଳନାରେ ସେମାନଙ୍କର ପ୍ରମୁଖ ସହଭାଗିତା ରହିବ । ସେଥିପାଇଁ ଗରଦପୁର ବ୍ଲକ୍ ର ୭୭ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ ଗତ ସପ୍ତାହରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।  ଏପରିକି ପଂଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ବିଭିନ୍ନ ମହିଳା ଗୋଷ୍ଟି ମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ପ୍ରକଳ୍ପ ଓ ଉଧ୍ୟୋଗ ପ୍ରତିଷ୍ଠା ପାଇଁ ୧୫୦ ରୁ ଉଦ୍ଧ୍ୱର୍ ମହିଳା ଗୋଷ୍ଟିଙ୍କୁ ଋଣ ପ୍ରଦାନ କରାଯାଇଥିଳା । ଏସବୁର ସଦ୍ ବିନିଯୋଗ କରାଯାଇ ଦିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ସଠିକ ଓ ସଫଳ ଭାବରେ କାର୍ଯ୍ୟକାରୀ କଲେ ଗରଦପୁର ମିଶନ ଶକ୍ତି ରେ ଥିବା ସହଶ୍ରାଧିକ ମହିଳା  ନିଜର ଆର୍ଥିକ ଅଭିବୃଦ୍ଧି ଘଟାଇ ନିଯେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଜିର କର୍ମଶାଳାରେ ଯୋଗଦେଇ ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ ମତ ବ୍ୟକ୍ତ କରିଥିଲେ । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ରେ କୁଡ଼ା ଚାଷ ପ୍ରକଳ୍ପ ପାଇଁ ୩୨ ଟି ଗୋଷ୍ଟି, ଛତୁ ଚାଷ ପାଇଁ ୪ ଗୋଷ୍ଟି , ପନ ପରିବା ଚାଷ ପାଇଁ ୧୦ ଗୋଷ୍ଟି , ଫୁଲ ଚାଷ ପାଇଁ ୪ ଗୋଷ୍ଟି , ୨୦୦ ଟିକିଆ ଅଣ୍ଡାଦିଆ କଡ଼କି କୁକୁଡ଼ା ଚାଷ ପାଇଁ ୨ଟି ଗୋଷ୍ଟି , ୧୦୦୦ ଟିକିଆ ବ୍ରଏଲର କୁକୁଡ଼ା ଚାଷ ପାଇଁ ୩ ଟି ଗୋଷ୍ଟି , ମଧ୍ୟାହ୍ନ ଯୋଗାଣ ପାଇଁ ୮ ଟି ଗୋଷ୍ଟି , ଅଙ୍ଗନୱାଡ଼ି ପୋଷାକ ଯୋଗାଣ ପାଇଁ ୬ ଟି ଗୋଷ୍ଟି , ଛେଳି ଫାର୍ମ ପାଇଁ ୭ ଟି ଗୋଷ୍ଟି ,ଛୋଟ ଧାନ କଳ ପାଇଁ ଗୋଟିଏ ଗୋଷ୍ଟି , ଡ଼ାକ୍ତରଖାନାକୁ ଖାଦ୍ୟ ଯୋଗାଣ ପାଇଁ ଗୋଟିଏ ଗୋଷ୍ଟି , ଡ଼ାକ୍ତର ଖାନା କ୍ୟାନଟିନ ପରିଚାଳନା ପାଇଁ ୨ ଟି ଗୋଷ୍ଟି, ମାଛ ଚାଷ ପାଇଁ ୩ ଟି ଗୋଷ୍ଟି କୁ କାର୍ଯ୍ୟାଦେଶ ବଂଟନ କରାଯାଇଛି । ମହିଳା ଗୋଷ୍ଟି ମାନଙ୍କର ସୁପରିଚାଳନା ପାଇଁ ପଂଚାୟତ ସ୍ତରରେ ମହାସଂଘ ମାନ ମଧ୍ୟ କାର୍ଯ୍ୟ କରୁଛି । ଏ ସମସ୍ତ ପ୍ରକଳ୍ପ କୁ ଠିକ୍ ସେ କାର୍ଯ୍ୟକାରୀ କରିବା ପାଇଁ ଆଜିର ଆର୍ଥିକ ଅଭିବୃଦ୍ଧି କର୍ମଶାଳାରେ ଯୋଗ ଦେଇଥିବା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମହାରାଜ ଙ୍କ ବ୍ୟତିତ ଜିବିକା ମିଶନ ସଂଯୋଜିକା ରଶ୍ମିରେଖା ସାହୁ, ସୁସ୍ମିତା ରାୟ  ପ୍ରମୁଖ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପାଟକୁରା ପଂଚାୟତ  ମିଶନ ଶକ୍ତି ମହାସଂଘ ସଭାପତି ମମତା ମଲିକ୍ , ପ୍ରବିଣା ମଲି. ଅନ୍ନପୂର୍ଣ୍ଣ ସାହୁ, ସୁରେଖା ତ୍ରିପାଠୀ, ଝୁନିବାଳା ମହାନ୍ତି, ମଂଜୁଲତା ଖୁଂଟିଆ, ବନିତା ବାରିକ  ପ୍ରମୁଖ ୧୮ ଟି ପଂଚାୟତର ମହାସଂଘ ପରିଚାଳିକା ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶ୍ରୀଗୁଣ୍ଡିଚାରେ ରଥ…ପଥ…ବ୍ରହ୍ମ ତାଳଧ୍ୱଜ…

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)- ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ …

Leave a Reply

Your email address will not be published. Required fields are marked *