ଭୁବନେଶ୍ୱର,୨୬/୦୫/୨୦୨୨( ଓଡ଼ିଶା ସମାଚାର )-ଆଇସିଏଆର୍ – ସିଫା ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ଉତ୍ସବ ୨୬ତାରିଖ ଦିନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାଦ୍ୱାରା କୃଷିବିଜ୍ଞାନ କ୍ଷେତ୍ର ରେ ଗବେଷଣା, ବୈଜ୍ଞାନିକ ଜ୍ଞାନର ବିତରଣ ଓ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଗବେଷଣାଗାରରୁ ଚାଷୀର କ୍ଷେତ୍ର ପର୍ଯ୍ୟନ୍ତ ହୋଇପାରିବ ।ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଜାତୀୟ ପ୍ରଫେସର ଡଃ ପି. କେ. ସାହୁ ସିଫାର ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ ଓ ବୈଷୟିକ ଅଧିକାରୀ ଡଃ ଉତ୍କଳଲକ୍ଷ୍ମୀ ମହାନ୍ତି ଉପସ୍ଥିତ ଥିଲେ ।ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସରର ଜୀତାକୁଲକଣ୍ଣୀ କୁଳପତି ପ୍ରଫେସର ଡଃ ବି. ଆର୍. ଏର୍ମା ରେଜିଷ୍ଟ୍ରାର ଡଃ ଡି. ପି. ସାହୁ, କୃଷି ବିଭାଗ ଡିନ୍ ପ୍ରଫେସରଏସ୍. କୁମାର ସ୍ୱାମୀ ଓ ଅନ୍ୟାନ୍ୟ ବିଭାଗୀୟ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।ଏହିଉସôବରେ ଉଦ୍ବୋଧନ ଦେଇ ଶ୍ରୀଶ୍ରୀବିଶ୍ୱବିଦ୍ୟାଳୟରସଭାପତି ପ୍ରଫେସରକୁଲକର୍ଣ୍ଣୀକହିଥିଲେ ଯେ, ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାଦ୍ୱାରା ଆଇସିଏଆର୍ – ସିଫାରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଗବେଷଣା କରି ଏବଂ ପ୍ରଶିକ୍ଷଣ ପାଇ ସେମାନଙ୍କର ଭବିଷ୍ୟତ ଉଜ୍ଜଳ କରିପାରିବେ ।ଉଭୟ ସଂସ୍ଥାର ଏକ ମିଳିତ ଏକ୍ସପର୍ଟ ଗ୍ରୁପ୍ ତିଆରି କରିବା ପାଇଁ ସେ ଗୁରୁତ୍ୱ ଦେଇଥିଲେ । ପ୍ରଫେସର ଡି. ପି. ସାହୁ ଓ ଡଃ କୁମାର ସ୍ୱାମୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରମୁଖ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ ।ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ କୃଷକ ମାନଙ୍କର ରୋଜଗାର ବୃଦ୍ଧି ପାଇଁ ସିଫା ଦ୍ୱାରା ପ୍ରଣୟନ ହୋଇଥିବା ବିଭିନ୍ନ ଗବେଷଣା ଲବ୍ଧ ବିଭିନ୍ନ ଜ୍ଞାନ କୌଶଳର ଉପସ୍ଥାପନା କରିଥିଲେ ।
ଜାତୀୟ ପ୍ରଫେସର ଡଃ ପି. କେ. ସାହୁ ଜଳଜୀବ ପାଳନ ଗବେଷଣା କ୍ଷେତ୍ରରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୈଷୟିକ ଜ୍ଞାନ ଆହରଣ କରି ଜୀବିକା ନିର୍ବାହକୁ ସଶକ୍ତ କରିବା ପାଇଁ ଗୁରୁତ୍ୱ ଦେଇଥିବାବେଳେ ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହିତ ସିଫା ସ୍ୱାକ୍ଷର କରିଥିବା ବୁଝାମଣା ପତ୍ର ସଂପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର